ସୁଧୁରୁଛି ଓଡ଼ିଶାରେ କରୋନା ସ୍ଥିତି, ଆଜି ସୁସ୍ଥ ହେଲେ ୨୮୪୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ଦୈନିକ ସଂକ୍ରମଣ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥିବାବେଳେ ମୃତ୍ୟୁ ସଂଖ୍ୟାରେ କୌଣସି ସୁଧାର ଆସିନାହିଁ। ଆଜି ପୁଣି ରାଜ୍ୟରେ ୨୮୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ସୁସ୍ଥ ହୋଇଥିବା ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୩୪, କଟକରୁ ୨୩୭, ନୂଆପଡ଼ାରୁ ୧୬୧, ପୁରୀରୁ ୧୪୮, ସମ୍ବଲପୁରରୁ ୧୩୬, ଅନୁଗୁଳରୁ ୧୧୯, କଳାହାଣ୍ଡିରୁ ୧୧୭, ଝାରସୁଗୁଡ଼ାରୁ ୧୦୮ ଓ ଯାଜପୁରରୁ ୧୦୦ ଜଣ ରହିଛନ୍ତି। ସେହିପରି ଭଦ୍ରକରୁ ୯୪, ବରଗଡ଼ରୁ ୯୩, ମୟୂରଭଞ୍ଜରୁ ୯୨, ସୁନ୍ଦରଗଡ଼ରୁ ୯୧, ଜଗତସିଂହପୁରରୁ ୮୫, ନୟାଗଡ଼ରୁ ୭୮, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୬୮, ଢ଼େଙ୍କାନାଳରୁ ୬୦, ବଲାଙ୍ଗିରରୁ ୫୮, ନବରଙ୍ଗପୁରରୁ ୫୩, କନ୍ଧମାଳରୁ ୫୦, ସୋନପୁରରୁ ୪୮, କୋରାପୁଟରୁ ୪୧, ଗଞ୍ଜାମରୁ ୩୦, ବାଲେଶ୍ୱରରୁ ୨୭, ବୌଦ୍ଧରୁ ୨୧, ରାୟଗଡ଼ାରୁ ୧୮, ଦେବଗଡ଼ରୁ ୧୭ ଏବଂ ଗଜପତିରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ଆଉ ୧୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଥି ସହିତ ମୋଟ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୨୨୭ରେ ପହଞ୍ଚିଛି। ତେବେ ଆଜି ରାଜ୍ୟର ୨୧୭୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫ରେ ପହଞ୍ଚିଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୧୧୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ୨୦ ହଜାର ୯୪୪ ଜଣ ଚିକିତ୍ସିତ ଅଛନ୍ତି।