ସଂଗ୍ରାମୀ ଦୋଳଗୋବିନ୍ଦ ଥିଲେ ସଂକଳ୍ପସିଦ୍ଧ ମଣିଷ; କଂଗ୍ରେସ ସେବାଦଳ ପକ୍ଷରୁ ସ୍ମତି ସମ୍ମାନ ସମାରୋହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ ଯୋଡ଼ା ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୪ର୍ଥ ସ୍ମୃତି ଚାରଣ ଉତ୍ସବରେ ଓଡ଼ିଶାର ୪ ଜଣ ସମର୍ପିତ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ୧୭ ଜଣ ସେବାଦଳ ନିଷ୍ଠାପର କର୍ମୀଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମତି ସମ୍ମାନ -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ରାଜ୍ୟ କଂଗ୍ରେସ ସେବାଦଳର ଅଧକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ସ୍ଵର୍ଗତ ଦୋଳ ଗୋବିନ୍ଦଙ୍କ ଭଳି ଜଣେ ସଂକଳ୍ପସିଦ୍ଧ ମଣିଷ ଆଜିର ସମାଜରେ ବିରଳ। ତାଙ୍କର ସମଗ୍ର ଜୀବନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗଢ଼ା। ବ୍ରହ୍ମପୁର ସ୍ବତନ୍ତ୍ର କାରାଗାରରୁ ମୁକ୍ତି ପାଇଲା ପରେ, ଜେଲ ଭିତରେ ଶିକ୍ଷା କରିଥିବା ସମସ୍ତ ରଚନାତ୍ମକ କାର୍ଯ୍ୟକୁ ସେ ତାଙ୍କ ଗାଁରୁ ପ୍ରୟୋଗ ଆରମ୍ଭ କରି ସଫଳ ହେଲେ। ଯାହା ଫଳରେ ୱାର୍ଡ ମେମ୍ବରରୁ ମନ୍ତ୍ରୀ ଆସନ ଅଳଙ୍କୃତ କରି ପାରିଥିଲେ। କିନ୍ତୁ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଶ କରିପାରିନଥିଲା।

ନିଖିଳ ଭାରତ କଂଗ୍ରେସ ସେବାଦଳର ଟ୍ରେନିଂ ଅଧିକାରୀ ଅଜିତ କୁମାର ଆଗାମୀ ଭାରତ ଯୋଡ଼ କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ଭୂମିକା ଉପରେ ଆଲୋକପାତ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସଂଗ୍ରାମୀ ଦୋଳଗୋବିନ୍ଦଙ୍କୁ ଜଣେ କଂଗ୍ରେସ ସମର୍ପିତ ପ୍ରାଣ ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୃଦ୍ଧଦେବ ମିଶ୍ର ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କୁ ଜଣେ ଯୋଗୀ ପୁରୁଷ ଭାବେ ତାଙ୍କ କାର୍ଯ୍ୟର ଅଂଶସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଯଜ୍ଞଶ୍ଵର ବାବୁ, ଶ୍ରୀ ଶିବାନନ୍ଦ ରାୟ, ନକୁଳ ଚନ୍ଦ୍ର ମଲ୍ଲିକ, ଗଣେଶ୍ୱର ବେହେରା, ଜ୍ଞାନଦେବ ବେହୁରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ସଂଗ୍ରାମୀ ଦୋଳଗୋବିନ୍ଦ ଛାତ୍ର ଜୀବନରୁ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ବୋଲି ସ୍ମୃତି ଚାରଣ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ବିଧାନ ଚନ୍ଦ୍ର ରାୟ, କିଶୋର ଜେନା, ଅଶୋକ କୁମାର ସିଂହ, ଜ୍ୟୋତିଷ କୁମାର ସାହୁ, କରୁଣାକର କର, ରାମ କୃଷ୍ଣ ପରିଡ଼ା, ରବିନ୍ଦ୍ର କୁମାର ରାଉତ, ସୀତାବଲ୍ଲଭ ମହାପାତ୍ର, ରଞ୍ଜିତା ମଲ୍ଲିକ, କିଶୋର କାପୁର, ବସନ୍ତ କୁମାର ସାମଲ, ପ୍ରଫୁଲ୍ଲ ପାଢ଼ୀ, ରବିନ୍ଦ୍ର କୁମାର ସାବୃତ, ମୁନୁ ସରାଫ, ଲଳିତ କୁମାର ଡାଳୁଆ, ବିପିନ ବିହାରୀ ନାୟକ, ଜବାହର ଜେନା, ଆଶିଷ କୁମାର ପତି, ଅବଦୁଲ କୁଦୁସ, ମୁନା ତ୍ରିପାଠୀଙ୍କୁ ସଂଗ୍ରାମୀ ଦୋଳ ଗୋବିନ୍ଦ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ସେବାଦଳ କାର୍ଯ୍ୟକର୍ତ୍ତା ମହମ୍ମଦ ଶାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପାତ୍ର ପଡ଼ାସ୍ତ୍ର ବନ୍ୟ ଓ ପଶୁ ସଂପଦ ବିଭାଗର ସ୍ମୃତି ବନଠାରେ ସ୍ମତି ବୃକ୍ଷର ପୂଜା କରାଯାଇଥିଲା। ଭାରାପ୍ରାପ୍ତ ଅଧିକାରୀ ରଶ୍ମିରେଖା ପରିଡ଼ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ସଂଗ୍ରାମୀ ଦୋଳଗୋବିନ୍ଦଙ୍କ ପୁତ୍ର ସର୍ବଶ୍ରୀ ଦେବରାଜ ପ୍ରଧାନ, ପୁଷ୍କରାଜ ପ୍ରଧାନ, ପୃଥିରାଜ ପ୍ରଧାନ ଓ ପ୍ରଜ୍ଞାରାଜ ପ୍ରଧାନ ଓ ମୁକେଶ ପ୍ରଧାନ ସହଯୋଗ କରିଥିଲେ। କଂଗ୍ରେସ ସେବାଦଳର କାର୍ଯ୍ୟକର୍ତ୍ତା କୁଳମଣି ସାହୁ, ଛବି ମହାନ୍ତି, ସମାଜସେବୀ ବରୁଣ ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।