ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ, ବିଜ୍ଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ଖର୍ଚ୍ଚ ମିଳିବ। ଘର ମରାମତି ପାଇଁ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ମିଳିବ। ଖଣି ଅଞ୍ଚଳ ପକ୍କା ଘର ଯୋଜନାର ହିତାଧିକାରୀଙ୍କୁ ବି ସହାୟତା ମିଳିବ। କେନ୍ଦ୍ରୀୟ ଯୋଜନାରୁ ବଞ୍ôଚତ ହୋଇଥିବା ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ମିଳିବ। ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହାଦ୍ୱାରା ୩୦ଲକ୍ଷ ପରିବାର ଉପକୃତ ହେବେ । ଏଥିରେ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଆଜି କ୍ୟାବିନେଟ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।