ଗାନ୍ଧୀ ଓ ଜାତୀୟ ସଂହତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରା ସହ ସ୍ୱତନ୍ତ୍ର ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଜେଡି ପକ୍ଷରୁ ମଧ୍ୟ ବିଧାନ ସଭା ପରିସରରେ ଗାନ୍ଧୀ ଜୟନ୍ତି ପାଳନ କରାଯାଇଥିଲା।


ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ସେ ଆଜିର ଦିନ ପାଇଁ ବହୁତ ଖୁସି ଅଛନ୍ତି। ଏଥିସହ ସେ କହିଛନ୍ତି ଅହିଂସାକୁ ଆମ ସମ୍ବିଧାନ ଓ ଉଦ୍ଦେଶିକାରେ ରଖିବାକୁ ଦାବି କରିଛନ୍ତି। ଏହି ଦାବିକୁ ନେଇ ଆପଣମାନେ ସଫଳ ଦସ୍ତଖତ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତେବେ ଅହିଂସାକୁ ଯଦି ଆମ ଜୀବନରେ ପାଳନ କରିବା ତେବେ ବର୍ତ୍ତମାନର ବହୁ ସମସ୍ୟା ଦୂର ହୋଇଯିବ। ଏଥି ସହ ସେ କହିଛନ୍ତି ବାପୁଜି ଜଣେ ରାଜନେତା ନଥିଲେ, ସେ ଥିଲେ ଜଣେ ମହାନ ସନ୍ଥ ଓ ସମାଜସେବୀ।

ସେ ତାଙ୍କର ସମ୍ମୋହନ ବିଦ୍ୟାରେ ସାରା ଦେଶବାସୀଙ୍କୁ ନିଜର କରିବା ସହ ଏକ କରିଥିଲେ। ପ୍ରତ୍ୟେକ ଧର୍ମ, ଜାତି, ଭାଷାର ଏକତା ହି ତାଙ୍କୁ ବୁଝାଇଥାଏ। ସେହିପରି ତାଙ୍କର କେବଳ ଭାରତ ସ୍ୱାଧୀନ କରିବା ଲକ୍ଷ୍ୟ ନଥିଲା, ସେ ଭାରତରେ ଏକ ସୁସ୍ଥ ସମାଜ ଓ ସଶକ୍ତ ଭାରତ କରିବା ତାଙ୍କର ଲକ୍ଷ୍ୟ ଥିଲା। ଆସନ୍ତୁ ତାଙ୍କର ଏହି ଲକ୍ଷ୍ୟ ପୂରଣ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା। ତାହା ହେବ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।