ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ପରିଦର୍ଶନ ପରେ ରିଲିଫ ଘୋଷଣା କରିଛନ୍ତି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକଙ୍କୁ ୧୫ ଦିନ ରିଲିଫ ଦିଆଯିବ । ସେହିପରି ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ ଓ ଅନୁଗୁଳ ପାଇଁ ୭ ଦିନ ରିଲିଫ ଘୋଷଣା କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯେଉଁ ଗାଁରେ ପାଣି ପଶିଛି ସେଠାରେ ରିଲିଫ ମିଳିବ । ବନ୍ୟା ଛାଡ଼ିବାର ୭ ଦିନ ପରେ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଆକଳନର ୧୫ ଦିନ ପରେ ସହାୟତା ଘୋଷଣା କରିବାକୁ କୁହାଯାଇଛି ।