କରୋନା ମୁକାବିଲା ଓ ଆଇନ ଶୃଙ୍ଖଳା ସ୍ଥିତି ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ଡିଆଇଜି ଓ ଏସପି ସାମିଲ ହୋଇ କରୋନା ମୁକାବିଲା ଓ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଆଲୋଚନା ସମୟରେ ପୁଲିସର କାମକୁ ପ୍ରଶଂସା କରିବା ସହିତ ରାଜ୍ୟରେ କୌଣସି ଲୋକ ଯେପରି ଚାଲି ଚାଲି ଘରକୁ ନ ଫେରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କୁ କହିଛନ୍ତି।