ସିବିଏସ୍ଇ ପରୀକ୍ଷା ତାରିଖରେ ପରିବର୍ତ୍ତନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମେ’ ୧୫ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀର ବିଜ୍ଞାନ ବିଷୟ ପରୀକ୍ଷା ମେ’ ୨୧ରେ ଓ ମେ’ ୨୧ରେ ହେବାକୁ ଥିବା ଗଣିତ ବିଷୟ ପରୀକ୍ଷା ଜୁନ୍ ୨କୁ ଘୁଞ୍ଚାଯାଇଛି।

ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବରୁ ମେ’ ୧୩ରେ ଧାର୍ଯ୍ୟ ହୋଇଥିଲା। ମାତ୍ର ଏହି ପରୀକ୍ଷାକୁ ଜୁନ୍ ୮କୁ ଘୁଞ୍ଚାଯାଇଛି। ବାଣିଜ୍ୟ ବିଭାଗର ମ୍ୟାଥମେଟିକ୍ସ ଓ ଆପ୍ଲାଏଡ୍ ମ୍ୟାଥମେଟିକ୍ସ ପରୀକ୍ଷା ମେ’ ୩୧ରେ ହେବ। କଳା ବିଭାଗର ଭୂଗୋଳ ବିଷୟର ପରୀକ୍ଷା ଜୁନ୍ ୨ ପରିବର୍ତ୍ତେ ଜୁନ୍ ୩ରେ ଅନୁଷ୍ଠିତ ହେବ।