ଧନଶ୍ରୀଙ୍କ ହାତ ଧରିଲେ ଚହଲ୍

ନୂଆଦିଲ୍ଲୀ,ଏଜେନ୍ସି: ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ମଙ୍ଗଳବାର ତାଙ୍କ ବାନ୍ଧବୀ ଧନଶ୍ରୀ ବର୍ମାଙ୍କୁ ବିବାହ କରିଛନ୍ତି। ଗୁରୁଗ୍ରାମସ୍ଥିତ କର୍ମା ଲେକ୍ ରିସର୍ଟଠାରେ ଏକ ନିରାଡ଼ମ୍ବର ଉତ୍ସବରେ ହିନ୍ଦୁ ରୀତିନୀତି ଅନୁସାରେ ଧନଶ୍ରୀ ଓ ଚହଲ୍ ବୈବାହିକ ବନ୍ଧନରେ ବାନ୍ଧି ହୋଇଛନ୍ତି। କୋରିଓଗ୍ରାଫର୍ ତଥା ୟୁଟ୍ୟୁବର୍ ଭାବେ ପରିଚିତ ଧନଶ୍ରୀ ବିବାହ ଉତ୍ସବରେ ମେରୁନ୍ ରଙ୍ଗର ଲେହେଙ୍ଗାରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିବା ବେଳେ ଚହଲ ହାତୀଦାନ୍ତ ରଙ୍ଗର ଶେରୱାନୀ ସହ ଲାଲ୍ ରଙ୍ଗର ପଗଡ଼ିରେ ମଣ୍ଡପରେ ବସିଥିଲେ। ବିବାହ ସମୟର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଗତ ଅଗଷ୍ଟରେ ଉଭୟ ସେମାନଙ୍କ ସମ୍ପର୍କର ଖୁଲାସା କରିବା ସହ ରୋକା ସେରେମନି ସମୟର ଫଟୋ ଶେୟାର୍ କରିଥିଲେ।