ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବା ନେଇ ସୂଚନା ରହିଛି। ଉଭୟଙ୍କ ମଧ୍ୟରେ କୋଇଲା ଓ ଅଣ କୋଇଲା ଖଣି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏନେଇ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ସ୍ଥିର କରାଯାଇନାହିଁ। ଏଥିସହ ଆଜି ଭୁବନେଶ୍ୱରରେ ରାଜ୍ୟ ଖଣି ବିଭାଗ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନାଲକୋ କର୍ପୋରେଟ ଅଫିସ ପରିଦର୍ଶନ କରିବେ

ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରାଓ ସାହେବ ପାଟିଲ। ଗୁରୁବାର ଉଭୟ କେନ୍ଦ୍ରମନ୍ତ୍ରୀ ପାରାଦ୍ୱୀପ ଗସ୍ତ କରି ପାରାଦ୍ୱୀପ ପୋର୍ଟର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। କୋଇଲା ହବ୍ ରୂପରେ ପାରାଦ୍ୱୀପ ବନ୍ଦରର ବ୍ୟବହାର ଉପରେ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଛନ୍ତି। ପରେ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିବା ସହ ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ।