ଭୁବନେଶ୍ୱର ଆଇଆଇଟିରେ ଋଷିକୁଲ୍ୟା ଛାତ୍ରାବାସର ଉଦଘାଟନ କରିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଆଇଟି ଗସ୍ତ କରିଛନ୍ତି। ସେଠାରେ ସେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କରିଛନ୍ତି। ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କମ୍ପେ୍ଲକ୍ସ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ୧୨୬୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି। ଏହା ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଛି।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇଆଇଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ କହିଛନ୍ତି, ଲେକ୍ଚର ହଲ ଗୁଡିକ ନୂତନ ଯୁଗର ଡିଜାଇନ ହୋଇଛି ଏବଂ ଇ-ଶ୍ରେଣୀଗୃହ ଭାବରେ କାର୍ଯ୍ୟ କରାଯାଇଛି। ଯେଉଁଥିରେ ଲେକ୍ଚର ରେକର୍ଡିଂ ସୁବିଧା ସହିତ ପାରସ୍ପରିକ କଥାବାର୍ତ୍ତା ସହ ଲାଇଭ୍ ଷ୍ଟ୍ରିମିଂ କରାଯାଇପାରିବ ଏବଂ ପାରମ୍ପରିକ ଶ୍ରେଣୀରେ ବ୍ୟବହାର କରାଯାଇପାରିବ। ଲେକ୍ଚର ହଲ ଗୁଡ଼ିକୁ ଶୀତତାପ ନିୟନ୍ତ୍ରଣ କରାଯିବା ଏବଂ ପ୍ରାକୃତିକ ଭେଣ୍ଟିଲେସନ ସହିତ କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି।