କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ରାଜ୍ୟ କ୍ୟାବିନେଟରେ ସମୁଦାୟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିମଧ୍ୟରେ ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିସହିତ ତାଲିକାରେ ପଞ୍ଚାୟତିରାଜ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲର ଲେଫ୍ଟ କମାଣ୍ଡ ଏରିଆରେ ପାଣି ଯୋଗାଇ ଦିଆଯିବ। ଏନେଇ ୬୩୪ କୋଟି ଟଙ୍କା ଖର୍ଚ୍ଚ ହେବ। ବଲାଙ୍ଗିର ଜିଲ୍ଲାର ୧୩ ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବ। ମହାନଦୀ ଓ ବ୍ରାହ୍ମଣୀର ୯ଟି ମେଗା ଲିଫ୍ଚ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୪୩୧ କୋଟି ବ୍ୟୟ ହେବ । କେନ୍ଦୁଝରରେ ୧୪ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ୫୧୧ କୋଟି ବ୍ୟୟ ଅଟକଳ କରାଯାଇଛି । ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ୧୦ ହଜାର ୭୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଭିତ୍ତିଭୂମୀ ବିସ୍ତାର ପାଇଁ ୫୦ ଏକର ଓ ଜାତୀୟ ରୋକ ନିୟନ୍ତ୍ରକ କେନ୍ଦ୍ର ପାଇଁ ୩.୧୨୫ ଏକର ଜମି ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ରାଜ୍ୟର ସ୍ପର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି। ଯଦ୍ୱାରା ଖେଳ ପ୍ରତି ପିଲାମାନଙ୍କ ଇଛଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଇଛି। ବିଧାୟକମାନେ ରହିବ ପାଇଁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି। ଏଥିରେ ୧୯୫ଟି ଟାଇପ-୬ ଓ ୧୦୫ଟି ଟାଇପ-୭ ସରକାରୀ କ୍ଵାଟର ନିର୍ମାଣ କରାଯିବ। ଏହି କାର୍ଯ୍ୟ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ।

ସେହିପରି ବିଭିନ୍ନ ବିଭାଗର ସରକାରୀ ଚାକିରି ସର୍ତ୍ତାବଳୀ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମଦୋନ କରିଛି। ଓପିଏସ୍‌ସି ସଦସ୍ୟ ନିଯୁକ୍ତି, ପର୍ଯ୍ୟଟନ ବିଭାଗର ନୂଆ କ୍ୟାଡର ଗଠନ, ସମବାୟ ବିଭାଗରେ କ୍ୟାଡର ପୁନର୍ଗଠନ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହାଛଡ଼ା ଜିଲ୍ଲା ସ୍ତରରେ ପୁଲିସ ସେବା ନିଯୁକ୍ତି, ଓଡ଼ିଶା ସିଭିଲ ସଭିର୍ସ ନିଯୁକ୍ତି ନିୟମାବଳୀ, ଓଡ଼ିଶା ବିଚାର ବିଭାଗୀୟ ସେବା ନିଯୁକ୍ତି ସହ ଜିଲ୍ଲା ଏବଂ ସବ୍ ଓର୍ଡିନେଟ୍ କୋର୍ଟରେ ନିଯୁକ୍ତି ସର୍ତ୍ତବଳୀରେ ସଂଶୋଧନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ର୍ଜାୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।