୯ ପ୍ରସ୍ତାବରେ କ୍ୟାବିନେଟ୍ ମଞ୍ଜୁରୀ; ଏସ୍‌ସିବି ଟେଣ୍ଡର ପ୍ରସ୍ତାବରେ କ୍ୟାବିନନେଟ୍ ମୋହର

ଭୁବନେଶ୍ୱର,ଏନଏନଏସ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଖୁବଶୀଘ୍ର ନୂଆରୂପ ନେବ। ଏଲ୍‌ଆଣ୍ଡଟିକୁ ଏହି ଟେଣ୍ଡର ମିଳିଛି। ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରସ୍ତାବରେ କ୍ୟାବିନନେଟ୍ ମୋହର ଲାଗିଛି। ସେହିପରି ଗୋପାଳପୁର ପୋର୍ଟର ନୂଆ ସେୟାର ହୋଲ୍ଡରଙ୍କୁ ମାନ୍ୟତା ସହ ପରିବହନ ବିଭାଗର ସଂଶୋଧିତ ୩ କ୍ୟାଡର ରୁଲ୍ସକୁ କ୍ୟାବିନେଟ୍ ମଞ୍ଜୁରୀ ମିିଳିଛି। ଅନ୍ୟପକ୍ଷରେ ଗାଁ ପୋଖରୀ ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିବ। ବିଧାନସଭା ଚାଲିଥିବା ଦୃଷ୍ଟିରୁ ସରକାରୀ ଭାବେ କିଛି କୁଯାଯାଇନାହିଁ। ବିଷେଶ ସୂତ୍ରରୁ ତାହା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭକରିଛି। ଏଥିରେ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, କୃଷି, ଜଳସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଭଳି ବିଭାଗର ବିଭିନ୍ନ ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ବାଜିଛି।