ଓଡ଼ିଶା ଆର୍ଟିସାନ ଗ୍ରେଡ୍ ଷ୍ଟୋନ ପଲିସି-୨୦୨୧’କୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଏକ ସଂସ୍କୃତି ସମୃଦ୍ଧ ରାଜ୍ୟ। କଳା, ସଂସ୍କୃତି ଏବଂ କଳାତ୍ମକ ଉତ୍ତରାଧିକାରୀ ପାଇଁ ସାରା ବିଶ୍ୱରେ ଓଡ଼ିଶା ଆଦୃତି ଲାଭ କରିଛି। ଏହି ଧାରାକୁ ଅବ୍ୟାହତ ରଖି ରାଜ୍ୟ ସରକାର କାରିଗରମାନଙ୍କୁ ପଥର ଯୋଗାଣ ପ୍ରକ୍ରିୟା ସହଜ କରିବା ନିମନ୍ତେ ‘ଓଡ଼ିଶା ଆର୍ଟିସାନ ଗ୍ରେଡ୍ ଷ୍ଟୋନ ପଲିସି-୨୦୨୧’ ପ୍ରଚଳନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏହି ନୀତିଯୋଗୁ କାରିଗର ଗ୍ରେଡ୍ ପଥରର ଚାହିଦା ପୂରଣ ସମ୍ବବ ହେବ।

ବିଶେଷକରି ପଥର ଉତ୍ସ ଚୟନ କରିବା, ପଥରର ଉତ୍ତୋଳନ, ସଠିକ୍ ଯୋଗାଣ ତଥା ଏହାର ବ୍ୟବହାରକୁ ତଦାରଖ କରିବା ନିମନ୍ତେ ନୂତନ ନୀତି ସହାୟକ ହେବ। ଏତଦ୍ ବ୍ୟତୀତ ଏହା ରାଜ୍ୟରେ ବେଆଇନ କାରିଗର ଗ୍ରେଡ୍ ପଥର ଖନନକୁ ରୋକିବାରେ ସହାୟକ ହେବା ସହ କାରିଗରଙ୍କୁ ସେମାନଙ୍କ ପରମ୍ପରା ଜାରି ରଖିବାରେ ପ୍ରେରଣାଦାୟୀ ହେବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।