ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀ ବନ୍ଦ ରହିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟରେ କରୋନା ସଂକ୍ରମଣ ଥମି ନଥିବାରୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରବିବାର ସନ୍ଧ୍ୟାରେ ସୂଚନା ଜାରି କରିଛନ୍ତି।

ନିକଟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୮୨୦ଟି ଭାରତର ସଂରକ୍ଷୀତ ଧାର୍ମିକ ସ୍ଥଳୀଗୁଡ଼ିକୁ ସୋମବାରରୁ ଖୋଲିବା ପାଇଁ କୁହାଯାଇଥିବା ବେଳେ ରାଜ୍ୟରେ କରୋନା ସ୍ଥିତିକୁ ନଜରେ ରଖି ଏଭଳି ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ୪୬ଟି ଧାର୍ମିକ ସ୍ଥଳୀକୁ ଅନୁମତି ଦିଆଯାଇଥିଲା।