ଯାତ୍ରୀ ହେଉନାହାନ୍ତି; ବନ୍ଦ ହୋଇଯିବ ବସସେବା !

ଭୁବନେଶ୍ୱର, ଏନ୍ଏନ୍ଏସ୍ : କରୋନା ମହାମାରୀ ଭିତରେ ରାଜ୍ୟରେ ଆରମ୍ଭ ହୋଇଥିବା ବସସେବା ବନ୍ଦ ହେବା ପରି ସ୍ଥିତି ଉପୁଜିଲାଣି। କ୍ଷତି ଏତେ ହେଉଛି ଯେ, ବାଧ୍ୟ ହୋଇ ବସ୍ ସେବା ବନ୍ଦ କରିବାକୁ ବିଚାର କରାଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ୬୬ଟି ରୁଟରୁ ୨୦ଟି ରୁଟରେ ଯାଉଥିବା ବସ ଗୁଡ଼ିକରେ ଯାତ୍ରୀ ହେଉନାହାନ୍ତି। ମାତ୍ର ୩ରୁ ୫ଟି ଯାତ୍ରୀ ବସରେ ଚଢ଼ୁଛନ୍ତି। ତେଣୁ କ୍ଷତି ଅଧିକ ହେଲେ ସମ୍ପୃକ୍ତ ରୁଟରେ ଯାଉଥିବା ବସ୍ ଚଳାଚଳକୁ ବନ୍ଦ କରାଯିବ।

ପୂର୍ବରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସମାନ ପରିସ୍ଥିତି ଉପୁଜିଥିଲା। ଫଳରେ ବସ୍ ମାଲିକମାନେ ବହୁ କ୍ଷତି ଲାଗି ବସ୍ ଚଳାଚଳ ବନ୍ଦ କରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ ଲୋକଙ୍କ ସୁବିଧା ଲାଗି ରାଜ୍ୟ ସରକାର ୬୬ଟି ରୁଟରେ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଅନ୍ତରାଜ୍ୟ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ୨/୪ଦିନ ବସ୍ ସେବା ଆରମ୍ଭ ହୋଇଥିଲା। ମାତ୍ର ବସରେ ୩୦ରୁ ୩୫% ଯାତ୍ରୀ ବି ହେଲେନାହିଁ। ସେହିପରି ନିର୍ଦ୍ଦିଷ୍ଟ ୨୦ଟି ରୁଟରେ ଯାଉଥିବା ବସରେ ଆଦୌ ଯାତ୍ରୀ ଚଢ଼ିଲେ ନାହିଁ। ଗତ ୨ଦିନ ହେବ ୪/୫ଟି ଯାତ୍ରୀ ଯାଉଥିବା ଜଣାପଡ଼ିଛି। ଫଳରେ ଆଶାତୀତ କ୍ଷତି ଉପୁଜିଛି। ଏହି ପରିପେକ୍ଷୀରେ ବସ୍ ଚଳାଚଳ ହେବା ନେଇ ଆଶଙ୍କା ଉପୁଜିଛି। ଏପରି ପରିସ୍ଥିତି ଲାଗି ରହିଲେ ବସ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହେବେ।