କ୍ୱାରେଣ୍ଟାଇନ୍ ଗଲେ ୯ପୁଲିସ କର୍ମଚାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କ୍ୱାରେଣ୍ଟାଇନ୍ ଗଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ୯ପୁଲିସ୍ କର୍ମଚାରୀ । ଜଣେ କରୋନା ଆକ୍ରାନ୍ତ ଲୁଟେରାଙ୍କ ସ୍ପଂସ୍ପର୍ଶରେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, ଗତ ୯ତାରିଖରେ କୃଷ୍ଣପ୍ରସାଦ ବ୍ଲକ୍ ମୀର୍ଜାପୁର ଗାଁ’ରୁ ଧରାପଡ଼ିଥିଲା ଲୁଟେରା। ୧୧ ଲୁଟେରାଙ୍କ ସାମ୍ପଲ୍ ଟେଷ୍ଟ ପାଇଁ ଯାଇଥିଲା। ଆଜି ପଜିଟିଭ୍ ଆସିଛି। ୭ଦିନ କ୍ୱାରେଣ୍ଟାଇନ୍ ରହିବା ପରେ ୯ପୁଲିସ୍ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ମିଶ୍ର।