ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌, ୩ ମୃତ

ରାୟଗଡା, ଏନ ଏନ ଏସ :  ବିଷମକଟକ ହାଜାରୀଡାଙ୍ଗ ନିକଟରେ ଫର୍ଚୁନ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।  ବସ୍‌ଟି ରାୟଗଡା ଜିଲ୍ଲା  ଟିକିରୀରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ଡ୍ରାଇଭର ଏବଂ ଜଣେ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମେଡିକାଲରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

 ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ବିଷମକଟକର ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।