ଭୁବନେଶ୍ବର,ଏନ୍ଏନ୍ଏସ୍: ଏଥର ନକ୍ସଲ ବିରୋଧରେ ବିଏସ୍ଏଫ୍ର ନୂଆ ଚ୍ୟାଲେଞ୍ଜ । ବିଏସ୍ଏଫ୍କୁ ମିଳିଲା ନୂଆ ଆଇଜି । ବିଏସଏଫର ନୂଆ ଆଇଜି ହେଲେ ଧନେଶ୍ବର କୁମାର ଶର୍ମା । ପୂର୍ବତନ ଆଇଜି ସତିଶ ଚନ୍ଦ୍ର ବୁଢାକୋଟିଙ୍କଠୁ ଦାୟିତ୍ବ ନେଇଛନ୍ତି ନୂଆ ଆଇଜି । ନୂଆ ଆଇଜିଙ୍କୁ ଦାୟିତ୍ବ ଗ୍ରହଣ ପରେ ଏହା ଓଡିଶାରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।
କାହିଁକିନା ୧୯୮୬ ବ୍ୟାଚର ଧନେଶ୍ବର କୁମାର ଶର୍ମା ପୂର୍ବରୁ କାଶ୍ମୀରରେ ଭାରତୀୟ ସେନା ପାଇଁ କାମ କରିଛନ୍ତି ଓ ଅନେକ ସ୍ଥାନରେ କାମ କରିଥିବାରୁ ତାଙ୍କର ବହୁ ଅଭିଜ୍ଞତା ରହିଛି । ପ୍ରଶଂସନୀୟ ସେବା ପାଇଁ ପୋଲିସ ମେଡାଲରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଦାୟିତ୍ବ ନେବା ପରେ ଧନେଶ୍ବର କୁମାର ଶର୍ମା କହିଛନ୍ତି ଯେ, ”ଲାଲବାହିନୀ ବିରୋଧରେ ଲଢେଇ ଓଡିଶା ସରକାରଙ୍କ ସହ ଉତ୍ତମ ସମନ୍ବୟରେ କରାଯିବ । କୋରାପୁଟ ଓ ମାଲକାନଗିରିରେ ବିଚ୍ଛିନ୍ନାଞ୍ଚଳରେ ପୂର୍ବ ଅପେକ୍ଷା ବିକାଶ ଓ ଶାନ୍ତି ବଜାୟ ରଖିବା ଏକ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ନୂଆ ଆଇଜି ।”
ତେବେ ପୂର୍ବରୁ ଆଇଜି ସତିଶ ବୁଢାକୋଟିଙ୍କ ସମୟରେ ୨୦୨୨ ପଞ୍ଚାୟତ ନିର୍ବାଚନ ସୁରୁଖୁରରେ ହୋଇଥିଲା ଏହା ସହ ବିଚ୍ଛିନ୍ନାଞ୍ଚଳରେ ବହୁ ଉନ୍ନୟନ ମୂଳକ କାମ କରିଛନ୍ତି । ଓଡିଶା ଛତିଶଗଡ ବର୍ଡର ତୁଳସି ମୁଣ୍ଡା ଜଙ୍ଗଲରେ ମାଓ ଅପରେସନ କରି ବେଶ୍ ପ୍ରଶଂସା ସାଉଣ୍ଟିଥିଲେ ।