ଡେଭିଡ ଜନ୍‌ ହେଲେ ଓଡିଶା ହକି ଟିମ୍ ନିର୍ଦ୍ଦେଶକ

ଭୁବନେଶ୍ବର,ଏନ୍ଏନ୍ଏସ୍: ହକି ଇଣ୍ଡିଆର ହାଇ ପରଫମାନ୍ସ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ ଭାରତକୁ ଫେରିଲେ ଡେଭିଡ ଜନ୍। ଅଷ୍ଟ୍ରେଲୀୟ ହକି କ୍ରୀଡାବିତ ଡେଭିଡ ଜନ ଓଡିଶା ହକି ଟିମର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ସେ ସବ୍-ଜୁନିୟର ରାଜ୍ୟ ପୁରୁଷ ଟିମ ସହ ଗୋଆରେ ଅଛନ୍ତି।

ଡେଭିଙ୍କ ନିଯୁକ୍ତି ରାଜ୍ୟରେ ହକିର ଅଭିବୃଦ୍ଧି ପାଇଁ ଏକ ପଥ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳର ଫିଟନେସ୍ ସ୍ତରରେ ଉନ୍ନତି ଆଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ଏବଂ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ ପଦକରେ ମୂଳଦୁଆ ପକାଇବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଜନ୍। ଏହାପରେ ୨୦୨୦ରେ ପଦ ଛାଡିଥିସଲେ ଜନ୍। ବର୍ତ୍ତାମାନ ସେ କମ୍‌ବ୍ୟାକ କରିଛନ୍ତି।

ଜନଙ୍କ ନିଯୁକ୍ତି ନେଇ ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟର ଜୁନିଅର ଏବଂ ସବ ଜୁନିଅର କ୍ଷେତ୍ରରେ ହକିରେ ଭଲ ପ୍ରଦର୍ଶନ ଥିବାବେଳେ ସିନିଅର ବର୍ଗରେ ଭଲ ପ୍ରଦର୍ଶନ ନାହିଁ। ଆଗାମୀ ଦିନରେ କ୍ରୀଡାବିତ କିପରି ଉନ୍ନତମାନର ପ୍ରଦର୍ଶନ କରିବେ ସେନେଇ ଡେଭିଡ ଜନ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି।