ଅନଲାଇନରେ ହେବ ବିପିୟୁଟିର ଅନ୍ତିମ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନଲାଇନରେ ହେବ ବିପିୟୁଟି ପରୀକ୍ଷା । ବିପିୟୁଟିର ଅନ୍ତିମ ତଥା ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ ନ ହୋଇ ଜୁଲାଇ ପ୍ରଥମ ସପ୍ତାହରେ ଅନଲାଇନରେ ହେବ। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ତଥା ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏ ନେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି।

ତେବେ ରାଜ୍ୟ ବାହାରେ ତଥା ବିଭିନ୍ନ ଜିଲ୍ଲାରେ ହେବାକୁଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକର ସୂଚନା ଅତିଶୀଘ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି।