ୟୁରୋପର ବୃହତ୍ତମ ପ୍ରଯୁକ୍ତିବିଦ୍ୟା ସମାରୋହରେ ବନ୍‌ଭିର ଅଂଶଗ୍ରହଣ, ମାଲ୍‌ ପରିବହନ ନିମନ୍ତେ ଉଡ଼ନ୍ତା ମଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁରୋପର ପ୍ୟାରିସ୍‌ରେ ଅନୁଷ୍ଠିତ ଭିଭା ଟେକ୍ ୨୦୨୨ର ବୃହତ୍ତମ ସମାରୋହରେ ଓଡ଼ିଶା ଭିତ୍ତିକ ଏକ ବାୟବୀୟ ମୋବିଲିଟି ଷ୍ଟାର୍ଟ୍‌ଅପ୍ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ ଦ୍ୱାରା ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରିଛି। ସଦ୍ୟ ସମାପ୍ତ ଏହି ସମାରୋହରେ ସାରା ବିଶ୍ୱର ୧୪୯ଟି ଦେଶରୁ ପ୍ରଯୁକ୍ତିବିଦ୍ୟା ନବପ୍ରର୍ବକ ଏବଂ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ।

ଭିଭା ଟେକ୍ ୨୦୨୨ରେ ଭାରତକୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଦେଶ ଭାବରେ ଅବିହିତ କରାଯାଇଛି। ୨୦୨୧ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବା ଯୋଗୁଁ ଏହି ସମ୍ମାନ ପ୍ରାପ୍ତ ହୋଇଛି। ସ୍ପ୍ଲାସ୍ ପ୍ରସ୍ତୁତିରେ ଭାରତୀୟ ଷ୍ଟାର୍ଟ୍‌ଅପ୍‌ଗୁଡ଼ିକ ମଧ୍ୟରେ ବୋନ୍‌ଭି ଏକ ଅଗ୍ରଣୀ ସଂସ୍ଥା।

ବନ୍‌ଭି ହେଉଛି ଭାରତର ପ୍ରଥମ ଏଆଇ ଆଧାରିତ ବହୁମୁଖୀ ଉପଯୋଗୀ ବୈଦ୍ୟୁତିକ ବାୟବୀୟ ଯାନ ଆର୍‌ଏମ୍‌୦୦୧ର ସୃଷ୍ଟିକର୍ତ୍ତା। ଦୁର୍ଗମ ଅଞ୍ଚଳରେ ଅତ୍ୟଧିକ ଭାରୀ ମାଲ ପରିବହନ କ୍ଷେତ୍ରରେ ଥିବା ସମସ୍ୟାକୁ ସମାଧାନ କରି ବନ୍‌ଭି ଭାରତୀୟ ସୈନ୍ୟ ବାହିନୀର ଦୃଷ୍ଟି ଆକର୍ଷଣ କରିପାରିଛି। ବୈଶ୍ୱିକ ସ୍ତରରେ ମହାଶୂନ୍ୟ ସମାଧାନରେ ବୈପ୍ଲବିକ ପରିବର୍ତ୍ତନ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଏନକ୍ରିପ୍ଟେଡ଼୍ ତଥ୍ୟର ଲିଙ୍କ୍‌, ଏଲ୍‌ଆଇଡ଼ିଏଆର୍‌, ସେନ୍ସର୍ ଏବଂ ଅଟୋ ପାଇଲଟ ଅନ୍ତର୍ଭୂକ୍ତିରେ ସ୍ୱୟଂଚାଳିତ ଢ଼ାଂଚାରେ ଆର୍‌ଏମ୍‌୦୦୧କୁ ଡ଼ିଜାଇନ୍ କରାଯାଇଛି। ଏଗୁଡ଼ିକ ମହାଶୂନ୍ୟ ନିମନ୍ତେ ଏକ ସ୍ଥାୟୀ, ନିରାପଦ ଏବଂ ଏକ ସ୍ମାର୍ଟ୍ ପ୍ରଭାବକ୍ଷେତ୍ର ସୃ୍େ‌ଟି କରିବାକୁ ଲକ୍ଷ୍ୟ ରଖିବା ସହିତ ଏଆଇ ଆଧାରିତ ଅସୀମ ଶକ୍ତି ଏବଂ ବାସ୍ତବ ଦୁନିଆଁରେ ଥିବା ସମସ୍ୟାର ସମାଧାନ ନିମନ୍ତେ ଉପଲବ୍ଧ ଡ଼ିଜାଇନ୍‌କୁ ଏକତ୍ର କରିଥାଏ।

ବନ୍‌ଭି ଆର୍‌ଏମ୍‌୦୦୧ର ଅତ୍ୟାଧୁନିକ ଡ଼ିଜାଇନ୍ ବହୁମୁଖୀ ଉପଯୋଗୀ ପ୍ରୟୋଗଗୁଡ଼ିକ ଦ୍ୱାରା ଖୁବ୍ ସୁନ୍ଦର ଭାବରେ ପରିଭାଷିତ। ଆଶ୍ଚର୍ଯ୍ୟଜନକ ଭାବରେ ବନ୍‌ଭି ଦ୍ୱାରା ପ୍ରସ୍ତୁତ ଏହି ବାୟବୀୟ ଯାନ ଅନ୍ୟ କୌଣସି ସାଧାରଣ ବାୟବୀୟ କ୍ରାଫ୍ଟ ଅପେକ୍ଷା ତିନି ଗୁଣ ହାଲୁକା ହୋଇଥିବା ବେଳେ ହେଲିକପ୍ଟର ତୁଳନାରେ ଦୁଇଗୁଣ ଅଧିକ ଶକ୍ତି ବଜାୟ ରଖିଥାଏ। ଏହି ବୈଶିଷ୍ଟ୍ୟ ଇ-କର୍ମସ୍ ମାଲ ପରିବହନ ପରିଚାଳନା କ୍ଷେତ୍ରରେ ବନ୍‌ଭି ଆର୍‌ଏମ୍‌୦୦୧କୁ ଏକ ସୁଲଭ ଉତ୍ସ ଭାବରେ ପରିଗଣିତ କରିଥାଏ। ସଠିକ୍ ଭାବରେ ୨୦୦ କିଲୋଗ୍ରାମ୍ ଓଜନର ବସ୍ତୁକୁ ୪୦ କିଲୋମିଟର ଦୂରତା ସ୍ୱତଃସ୍ପୃତ ଭାବରେ ଅତିକ୍ରାନ୍ତ କରିବା ନିମନ୍ତେ ଏହା ବର୍ତ୍ତମାନ ବିମାନରେ ମାଲ ପରିବହନ ପାଇଁ ଖର୍ଚ୍ଚ ହେଉଥିବା ମୂଲ୍ୟକୁ ସାତଗୁଣ ହ୍ରାସ କରିବାରେ ସହାୟକ ହୋଇଥାଏ।

ଏହାର ଡ଼ିଓ୩୧୧ଏ ସାର୍ଟିଫାଏଡ଼୍ ବ୍ୟାଟେରୀ ଏବଂ ଏସ୍‌ଆଇସି (ସିଲିକନ୍ କାର୍ବାଇଡ଼୍‌) ଆଧାରିତ ହାଇ ଭୋଲଟେଜ୍ ପ୍ରପୁଲ୍ୟୁଜନ୍ ପ୍ରଣାଳୀ ଏହାକୁ ଅଧିକ ଦକ୍ଷ ଏବଂ ନିରାପତ୍ତା ସହିତ ଏକ ଶୂନ୍ୟ କାର୍ବନ୍ ନିର୍ଗମନ ମଡ଼େଲ୍ ଭାବରେ ପରିଗଣିତ କରିଥାଏ। ଏହିପରି, ବନ୍‌ଭି ଆର୍‌ଏମ୍‌୦୦୧ ହେଉଛି ଏକ ବହୁମୁଖୀ ବାୟବୀୟ ଯାନ ଯାହାକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଏହାର ସ୍ୱୟଂଚାଳିତ ସେନ୍ସର୍ ଏବଂ ତଥ୍ୟ ପ୍ରକ୍ରିୟାକରଣର ଶକ୍ତି ଏହାକୁ ଅଗ୍ନି ନିର୍ବାପକ କାର୍ଯ୍ୟ କିମ୍ବା ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଗବେଷଣା ଓ ଉଦ୍ଧାର କାର୍ଯ୍ୟରେ ସହାୟତା ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଥାଏ। ଜରୁରୀକାଳୀନ ଚିକିତ୍ସା ଯୋଗାଣ କିମ୍ବା ପାର୍ବତ୍ୟାଂଚଳରେ ମାଲ ପରିବହନ ନିମନ୍ତେ ଭୌଗୋଳିକ ମ୍ୟାପିଂରେ ଏହା ଅତ୍ୟନ୍ତ ସହଜସାଧ୍ୟ ଏବଂ ୟୁଜର୍ ଅନୁକୂଳ ହୋଇଥାଏ। ଏହାର ଅଟୋ ପାଇଲଟ କ୍ଷମତା ଦୂର ସ୍ଥାନରେ ପହଁଚିବା ଏବଂ ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ କାର୍ଯ୍ୟ କରିବା ନିମନ୍ତେ ଏହାକୁ ଏକ ଉତ୍କୃଷ୍ଟ ଯାନ ଭାବରେ ପରିଗଣିତ କରିଥାଏ।

ପରିଶେଷରେ ବନ୍‌ଭି, ଭବିଷ୍ୟତରେ ମହାଶୂନ୍ୟ ପଣ୍ୟ କାରବାର ସମାଧାନକୁ ସୁନିଶ୍ଚିତ କରିବା ସହିତ ସମାନ ଦିନରେ ମାଲ ପରିବହନ, ଅଲ୍ଟ୍ରା ହାଇସ୍ପିଡ଼୍ ଚାର୍ଜିଂ ଏବଂ ସ୍ୱୟଂଚାଳିତ ମିଶନକୁ ବାସ୍ତବ ରୂପ ପ୍ରଦାନ କରିବାରେ ସହାୟକ ହେବ।