କେଉଁ ଦୋକାନ ଖୋଲିବ, ସ୍ପଷ୍ଟ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସହରରେ ଦୋକାନ-ବଜାର ଖୋଲିବା ନେଇ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ପଡିଥିଲେ। ବିଏମସିର ନିର୍ଦ୍ଦେଶନାମା ପରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ନଖୋଲିବ, ସେ ନେଇ ବ୍ୟବସାୟୀମାନେ ଚିନ୍ତାରେ ଥିଲେ। ଏନେଇ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଥିଲେ, ବିଏମସିର ନୋଟିସ ସାଧାରଣ ବ୍ୟବସାୟୀଙ୍କ ପାଖରେ ପହଞ୍ଚିପାରୁନି। ବ୍ୟବସାୟୀମାନେ ନୋଟିସକୁ ବୁଝି ପାରୁନୁହାନ୍ତି, ଏପରିକି ରାସ୍ତାରେ ପୁଲିସ ମଧ୍ୟ ହଇରାଣ ହରକତ କରୁଛି। ତେଣୁ ବିଏମସି ନୋଟିସକୁ ସରଳ ଭାଷାରେ ବୁଝାଇଲେ, ବ୍ୟବସାୟୀମାନେ ଦୋକାନ ଖୋଲିପାରିବେ।

ବ୍ୟବସାୟୀ ସଂଘର ଏଭଳି ଅଭିଯୋଗ ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ସହରରେ ଜିମ, ଗେମ ପାର୍ଲର, ସେଲୁନ, ସ୍ପା ସେଣ୍ଟର, ବିଉଟି ପାର୍ଲର, ମସାଜ ସେଣ୍ଟର ଆଦି ବନ୍ଦ ରହିବ। ଏଥିସହିତ ପାନ, ଚା’-କଫି ଷ୍ଟଲ, ଫାଷ୍ଟଫୁଡ, ଟିଫିନ ସେଣ୍ଟର ଓ ଫଳରସ ବା ଜୁସ ଦୋକାନକୁ ମଧ୍ୟ ବନ୍ଦ ରଖାଯାଇଛି। ଏଥିସହିତ ସମସ୍ତ ମାର୍କେଟ କମ୍ପେ୍ଲକ୍ସ, ମଲ୍ଲଟି ଓ ସିଙ୍ଗିଲ ବ୍ରାଣ୍ଡ ମଲକୁ ବନ୍ଦ ରଖାଯାଇଛି। ସେହିପରି ଖାଦ୍ୟ ସାମଗ୍ରୀ, ଗ୍ରୋସରୀ, ଫଳ, ପନି-ପରିବା, କ୍ଷୀର, ମାଛ-ମାଂସ, ପଶୁଖାଦ୍ୟ, ମଞ୍ଜୀ, ସାର, ହ୍ୟାଣ୍ଡୱାସ, ବିଶୋଧକ, ସାମ୍ପୋ, ଟିସୁପେପର, ସାବୁନ, ନାପକିନ, ବ୍ୟାଟ୍ରି ଦୋକାନ ଖୋଲିବାକୁ ବିଏମସି ଅନୁମତି ଦିଆଯାଇ।