ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସିଲ୍ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ତାରିଣୀ ବସ୍ତ୍ରାଳୟ ବିଏମସି ପକ୍ଷରୁ ସିଲ କରାଯାଇଛି। ଆଉ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ମାଲିକଙ୍କଠାରୁ ୭୫ହଜାର ଟଙ୍କାର ଫାଇନ ଆଦାୟ କରାଯାଇଛି। ଏଥିସହିତ ସେହି ସମୟରେ ଦୋକାନରେ ଉପସ୍ଥିତ ଥିବା ପ୍ରତ୍ୟେକ ଗ୍ରାହକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଛି। ଗ୍ରାହକଙ୍କଠାରୁ ମୋଟ ୨୫ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। ଏନେଇ ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ ସୂଚନା ପ୍ରଦାନ କରିଛନ୍ତି।