ବିଏମସିର ନୂଆ ଗାଇଡଲାଇନ: ସାମାଜିକ କାର୍ଯ୍ୟରେ ୫୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୀତ ଋତୁ ଆସୁଥିବାରୁ ବିଏମସି ପକ୍ଷରୁ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି। ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ଜଣଙ୍କୁ ଅନୁମତି ଦିଆଯାଇଛି। କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ। ଏଥିସହିତ କେବଳ ଖାଇବା ସମୟ ଛଡ଼ା ସମସ୍ତ ଲୋକ ସର୍ବଦା ମାସ୍କ ପିନ୍ଧିବେ। ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ହେବେ।