ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାସନ୍ ନାଇଟ୍‌; ଓଡ଼ିଆ ପୁଅଙ୍କ ଡିଜାଇନରେ ଡାଏନା ପେଣ୍ଟି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରର ମାଜେଷ୍ଟିକ ଭିଭାନ୍ତରେ ଆୟୋଜିତ ହୋଇଯଇଛି ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାସନ୍ ନାଇଟ୍ସ। ଏକ ନିଆରା କାର୍ଯ୍ୟକ୍ରମରେ ମନ୍ଦିରମାଳିନୀ ଭୁବନେଶ୍ୱରରେ ନିଜର ଫେସନ ଓ ଷ୍ଟାଇଲ ଉତ୍ସବକୁ ପାଳନ କରିଛି ବ୍ଲେଣ୍ଡର୍ସ ପ୍ରାଇଡ୍। ଓଡ଼ିଆ ଡିଜାଇନର ସବ୍ୟସାଚୀ ଶତପଥିଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ସବ୍ୟସାଚୀଙ୍କ ଏହି କାର୍ଯ୍ୟକ୍ରମରେ ଶୋ ଷ୍ଟପର୍ ରହିଥିଲେ ବଲିଉଡ୍ ଅଭିନେତ୍ରୀ ଡାଏନ ପେଣ୍ଟି। ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଏକ ଆକର୍ଷଣୀୟ ପ୍ରଦର୍ଶନ ସମସ୍ତଙ୍କୁ ମୋହିତ କରିଥିଲା। ଅଭିନେତ୍ରି ଡାଏନା ପେଣ୍ଟିଙ୍କ ବ୍ୟତୀତ ବହୁ ସ୍ଥାନୀୟ କଳାକାରମାନେ ଯୋଗ ଦେଇଥିଲେ। ଏହି ଫ୍ୟାସନ୍ ନାଇଟ୍‌ରେ ଓଡ଼ିଶାର କଳା ପ୍ରତିଭା ଓ ସାଂସ୍କୃତିକ ଏøତିହର ଝଲକ ଦେଖିବାକୁ ମିଳିଥିଲା। ଓଡ଼ିଶାର ସମୃଦ୍ଧ କାରୀଗରି କାମ, ଡିଜାଇନ, ବୁଣାକାରଙ୍କ ଚମତ୍କାରିତା ଫ୍ୟାସନ ୱାକର ଶୋଭାକୁ ଦ୍ୱିଗୁଣିତ କରିଥିଲା।

ଏହି ସ୍ୱତନ୍ତ୍ର ସୋକେସ ଜରିଆରେ ସୃଜନାତ୍ମକ କ୍ଷେତ୍ରର ବିଭିନ୍ନ ପ୍ରତିଭାଙ୍କୁ ଦେଖିବାକୁ ମିଳିଥିଲା। ବିଶେଷ କରି ଯୁବପିଢିଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପ୍ରେରଣାର ଉତ୍ସ ରୂପେ ପ୍ରଶଂସା ଲାଭ କରିଥିଲା। ଏହି ଅବସରରେ ଡିଜାଇନର ସବ୍ୟସାଚି କହିଥିଲେ ଯେ ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସରେ ଯୋଗ ଦେଇ ମୁଁ ବହୁତ ଆନନ୍ଦିତ। ମୋର ଡିଜାଇନକୁ ପ୍ରଦର୍ଶନ କରିବା ସହିତ ଯୁବ ବର୍ଗଙ୍କ ମନରେ ଗର୍ବ ସୃଷ୍ଟି କରିପାରିବି ବୋଲି ଆଶା ରଖିଛି। ମୁଁ ପାରମ୍ପାରିକ ଓ ସ୍ଥାୟୀ ପଦ୍ଧତିକୁ ଆପଣାଇବାକୁ ଭଲ ପାଏ ବୋଲି କହିଥିଲେ ଓଡ଼ିଆ ଡିଜାଇନର୍ ସବ୍ୟସାଚୀ। ଏହା ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ସୃଜନଶୀଳତାର ସ୍ୱାକ୍ଷର ଦେଖିବାକୁ ମିଳିଲା ବୋଲି କହିଛନ୍ତି ଡାଏନା ପେଣ୍ଟି। ଆଗାମୀ ଦିନରେ ବ୍ଲେଣ୍ଡର୍ସ ପ୍ରାଇଡ ଫେସନ ନାଇଟ୍ସ ଭାରତର ବିଭିନ୍ନ ସହର ଯଥା ଚଣ୍ଡିଗଡ଼, ପୁନେ, ଗୁଆହାଟି, କରନ୍ନଲ, ନୋଏଡା, ୱାରଙ୍ଗଲ, ନାଗପୁର ଏବଂ ଇନ୍ଦୋର ଆଦି ସହରରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାଯାଇଛି।