୩ ମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀଙ୍କ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭବାନୀପାଟଣାରେ ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟ ଶଙ୍କର ମିଶ୍ର ଓ ଟୁକୁନି ସାହୁଙ୍କୁ କଳାପତାକା ଦେଖାଇଛନ୍ତି କଂଗ୍ରେସ କର୍ମୀ। ଆଜି ଭବାନୀପାଟଣା ନକଟିଗୁଡ଼ା ଛକରେ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ କାର୍ କେଡ ଭିତରକୁ ପଶିଆସିଥିଲେ। ଏହା ପରେ ସରକାର ବିରୋଧରେ ସ୍ଲୋଗାନ ଦେବା ସହ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିଲେ। କଳାହାଣ୍ଡିରେ ଉନ୍ନୟନ କାର୍ଯ୍ୟ ହେଉନଥିବା ଅଭିଯୋଗ କରିବା ସହ ବେରୋଜଗାର ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ।

ସୂଚନା ଅନୁସାରେ ଆସନ୍ତା କାଲି କଳାହାଣ୍ଡିର ଜୟପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ ଉତ୍ସବ ରହିଛି। ଏନେଇ ଆଜି ୧୨ ଜଣ ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାକୁ ଯାଇଛନ୍ତି।