ମମିତାକୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବ ବିଜେପି, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ କରାଯିବ ସ୍ୱତନ୍ତ୍ର ରାଲି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ଗସ୍ତ ପୂର୍ବରୁ ସ୍ୱତନ୍ତ୍ର ରାଲି କରିବ ବିଜେପି। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବ ବିଜେପି। ଏନେଇ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ସୂଚନା ଦେଇଛନ୍ତି।

ଆଜି ସକାଳ ୮ଟା ୩୦ ସମୟରେ ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ଏକ ବିଶାଳ ରାଲିର ଯାଇ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ଛଡା ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ମମିତା ହତ୍ୟାକାଣ୍ଡକୁ ନେଇ ପୁରା ରାଜ୍ୟରେ ଉତେଜନା ଲାଗି ରହିଛି ଏବଂ ବିରୋଧି ଏହି ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଛନ୍ତି।