Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନବୀନ ନିବାସରେ ବିଜେପି ଟିମ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନବୀନ ନିବାସରେ ବିଜେପି ଟିମ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଧାନସଭାରେ ଦୀର୍ଘ ୬ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମଣ୍ଡିରୁ ଧାନ ଉଠିବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଖୁସି ମନରେ ଫେରିଥିଲେ।
ଗୁରୁବାର ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ପରେ ବିଜେପି ବିଧାୟକମାନେ ନବୀନ ନିବାସ ସମ୍ମୁଖକୁ ଯାଇ ଧାରଣାରେ ବସିଥିଲେ। ସେମାନଙ୍କୁ ଭିତରକୁ ଆସିବା ପାଇଁ ପ୍ରଥମେ ଅନୁରୋଧ କରିଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ସମୟରେ ବିଜେଡିର ଅନ୍ୟ ବରିଷ୍ଠ ନେତା ବି ସେଠାରେ ଉପସ୍ଥିତ ଥିଲେ। ଭିତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କଲାପରେ ସେ ବିଜେପି ନେତାଙ୍କୁ ଭେଟିବେ ବୋଲି ସୂଚନା ଦେଇଥିଲେ। ପ୍ରାୟ ଅଧଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଚାଲିଚାଲି ବିଜେପି ବିଧାୟକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ତାଙ୍କ ଟିମ୍ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପାଇଁ ବିଜେପି ସଦସ୍ୟଙ୍କୁ ନିଜ ବାସଭବନ ଭିତରକୁ ଡାକିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ବିଜେପି ବିଧାୟକମାନେ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଯାଇଥିଲେ।
ବିଜେପି ସଭ୍ୟମାନଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଅନ୍ୟମାନେ ଶଙ୍ଖ ଫୁଙ୍କି ଓ ଫୁଲ ପକାଇ ସ୍ୱାଗତ କରିଥିଲେ। ସବୁ ସଦସ୍ୟଙ୍କୁ ମୁଣ୍ଡରେ ତିଳକ ମାରିଥିଲେ। ନବୀନ ନିବାସ ଭିତରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମଣ୍ଡି ସମସ୍ୟା ବାବଦରେ ସେମାନେ ଆଲୋଚନା କରିଥିଲେ। ଆଲୋଚନା ବେଳେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ପେନସନ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମଣ୍ଡି ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ବିଜେପି ସଭ୍ୟମାନେ ଖୁସିହୋଇ ବିଧାନସଭା ଫେରିଥିଲେ।
ଗୃହ ପରିସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ଆମର ବିଜୟ ହୋଇଛି। ମଣ୍ଡିରୁ ଧାନ କିଣିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିବୃତି ରଖିବେ। ସେହିିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଆମେ ଏଥିରେ ଖୁସି ଅଛୁ ବୋଲି ସେ ପ୍ରକାଶ କରିଥିଲେ। ବିଜେପି ସଭ୍ୟ ବିଷ୍ଣୁ ସେଠୀ କହିଥିଲେ, ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା। କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ଆରମ୍ଭରୁ କହିଥିଲେ, ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ହେବ ବୋଲି ପ୍ରତିଶ୍ରୁତି ଦେଲେ ସେ କ୍ଷମା ମାଗିବେ। ତେବେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ, ବିଜେପି ବିଧାୟକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଧାନ ସଂଗ୍ରହ ଚାଲିଛି ଓ ଆଗକୁ ଗୃହ ସ୍ୱାଭାବିକ ହେବ ବୋଲି ସେ ପ୍ରକାଶ କରିଥିଲେ।