ବି.ଜେ.ଇ.ଏମ୍. ସ୍କୁଲକୁ ବ୍ରେନ୍‌ଫିଜ୍ ସ୍କୁଲ ଉତ୍କର୍ଷତା ସମ୍ମାନ ୨୦୨୧-୨୨ ପ୍ରଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ଵରର ସୁନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ୨୦୨୧-୨୨ ମସିହା ଟ୍ରେନ୍‌ଫିଡ୍ ସ୍କୁଲ ସମ୍ମାନରେ ସମ୍ମାନିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ସନ୍ଧ୍ୟା ଜେନା ହାଇଦ୍ରାବାଦ୍‌ରେ ୬ ଏପ୍ରିଲ ୨୦୨୨ରେ ଆୟୋଜିତ ନବମ ଜାତୀୟ ସମ୍ମିଳନୀରେ ଯୋଗଦେଇ ସମ୍ମାନ ଗ୍ରହଣ କରିଥିଲେ। ଭାରତର ଶ୍ରେଷ୍ଠ ୫୦୦ ବିଦ୍ୟାଳୟ ମଧ୍ୟରେ ଅନ୍ତର୍ଭୁକ୍ତ ହେବା ସହ ଭୁବନେଶ୍ବରର କ୍ରୀଡ଼ା, ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଶ୍ରେଷ୍ଠ ସଂପ୍ରଦାୟ ତଥା ସହଯୋଗୀ ସି.ବି.ଏସ୍.ଇ. ସ୍କୁଲର ମାନ୍ୟତା ଲାଭ କରିଛି।

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଯୋଗ ଦେଇ ଏହି ଜାତୀୟ ସ୍ତରର ସଫଳତା ନିମନ୍ତେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀମାନଙ୍କୁ ଭୂୟସୀ ପ୍ରଶଂସା ସହ ଆହୁରି ଯବାନ ହେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଚାଳନା କମିଟିର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ଛାତ୍ରଛାତ୍ରୀମାନେ ଉଦ୍ୟମଶୀଳ, ପରିଶ୍ରମୀ ହେବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ କର୍ମତତ୍ପର ହେବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ବରଦା ପ୍ରସାଦ ପାଇକରାୟ, ସ୍ମିତା ମହାନ୍ତି ଏବଂ ଶ୍ରୀମତୀ ସୁଚରିତା ଦାସ ପ୍ରମୁଖଙ୍କୁ ସାମୂହିକ କାର୍ଯ୍ୟଦକ୍ଷତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ଭବିଷ୍ୟତରେ ନିରନ୍ତର ସଫଳତା ବିଦ୍ୟାଳୟର ଲକ୍ଷ୍ୟ ହେବ ବୋଲି ମତବ୍ୟକ୍ତ କରାଯାଇଛି।