୩୦ ଜିଲ୍ଲା ପରିଷଦ ଦଖଲ କଲା ବିଜେଡି, ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ। ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହେଲା ବିଜେଡି। ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ୭୦ ପ୍ରତିଶତ ଆସନରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ୱ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି। ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଥିଲେ ବି ସେମାନଙ୍କ ନେତୃତ୍ବ ଉପରେ ବିଶ୍ବାସ କରିବା ସହ ମହିଳା ସଶକ୍ତିକରଣର ପାଇଁ ୨୧ ଜଣ ଜିଲ୍ଲା ପରିଷଦ ସଭାପତି ଭାବେ ବାଛିଛି ଦଳ। ଏହା ମୋଟ ସଂରକ୍ଷଣର ୭୦ ପ୍ରତିଶତ।

ରାଜ୍ୟର ବଡ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା (ନବରଙ୍ଗପୁର ବ୍ୟତୀତ)ରେ ମହିଳାମାନେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି। ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କ ସମେତ) ୨ଟି ଓବିସି ପ୍ରାର୍ଥୀ ( ୬୭ ପ୍ରତିଶତ) ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି। ଗଞ୍ଜାମରେ ନବୀନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଜଣେ ଓବିସି ମହିଳା ପ୍ରାର୍ଥୀଙ୍କୁ ବାଛିଛନ୍ତି। ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତୀକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ୭୦ ପ୍ରତିଶତ ଆସନରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ବରେ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହାସହ ସେ ବିଜେଡିର ଜଣେ ସକ୍ରିୟ କର୍ମୀ ହିସାବରେ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି।