ବିଜେଡ଼ିର ସାଂଗଠନିକ ନିର୍ବାଚନ, ସଭାପତି ଭାବେ ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡିର ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଯାଇଛି। ଏଥିରେ ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ସହ ଲଗାତାର ଭାବେ ଅଷ୍ଟମ ଥର ପାଇଁ ଦଳରେ ରାଜାଭିଷେକ ହେବ। ସେହିପରି ଦଳରୁ ଅନ୍ୟ ପଦ ଓ ପଦବୀ ପାଇଁ ଆଜି ଦଳର ୮୦ ଜଣ କାର୍ୟ୍ୟ କାରିଣୀ ସଦସ୍ୟ ବି ନାମାଙ୍କନ ଦାଖଲ କରିଛନ୍ତି।

ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ୟ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ । ଡିସେମ୍ବର ୨୭ରୁ ଫେବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି । ୮୧ ଜଣିଆ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପାଇଁ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନବୀନ ପଟ୍ଟନାୟକ ବିଜେଡି ସଭାପତି ପାଇଁ ନାମାଙ୍କନ ଭରିବେ । ତାଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିବେ । ଦଳର ବରିଷ୍ଠ ନେତାମାନେ ବି ଏହି ସମୟରେ ଉପସ୍ଥିତ ରହିବେ । ୧୯୯୭ରେ ବିଜେଡି ଗଠନ ହେବା ପରେ ନବୀନ ପଟ୍ଟନାୟକ ଲାଗାତର ଭାବେ ଦଳର ସଭାପତି ରହିଆସିଛନ୍ତି ।