ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟର ପୋଲଟ୍ରି ସାଇନ୍ସ ଡିପାର୍ଟମେଣ୍ଟରେ ବାର୍ଡ ଫ୍ଲୁ ଦେଖାଯାଇଛି । ବାର୍ଡ ଫ୍ଲୁ ଦେଖାଯିବା ପରେ ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ କରାଯାଇଛି । ତେବେ ଏହି ଖବରକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିବାକୁ ଚେଷ୍ଟା କରିଥିବା ଜଣାପଡିଛି ।
ଗତ କିଛି ଦିନ ଧରି ଏହି ଫାର୍ମରେ କୁକୁଡ଼ା ମଡକ ଦେଖିବାକୁ ମିଳିଥିଲା । ସନ୍ଦେହ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭୋପାଳକୁ ରକ୍ତ ନମୁନା ପଠାଇଥିଲେ। ସେଥିରୁ ବାର୍ଡ ଫ୍ଲୁ ପଜିଟିଭ ଆସିଛି। ଏଥିପାଇଁ ଆକ୍ରାନ୍ତ କୁକୁଡାଙ୍କୁ ନଷ୍ଟ କରିବାକୁ ଖୋଳାଯାଇଛି ଗାତ । ଏ ସଂପର୍କରେ ବିଭାଗ କୌଣସି ସୂଚନା ଦେଇ ନଥିବା ବେଳେ ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ କରାଯାଉଥିବା ସୂଚନା ମିଳିଛି।