୧୨ରୁ ଭୁବନେଶ୍ୱରରୁ ବାଙ୍ଗାଲୁରୁ କୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ଚଳିତମାସ ତାରିଖ ୧୨ ଠାରୁ ଭୁବନେଶ୍ୱରରୁ ବାଙ୍ଗାଲୁରୁ କୁ ଏକ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୦୮୪୬୩ ଭୁବନେଶ୍ୱର- ବାଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୨ତାରିଖରୁ ପ୍ରତିଦିନ ସକାଳ ୫ଟା.୩୦ମି.ରେ ଛାଡି ତା ପରଦିନ ମଧ୍ୟାହ୍ନ ୧୨ଟା.୦୫ମି.ରେ ବେଙ୍ଗାଲୁରୁଠାରେ ପହଞ୍ଚିବ। ସେହିଭଳି ଫେରିବା ମାର୍ଗରେ ୦୮୪୬୪ ବାଙ୍ଗାଲୁରୁ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ବାଙ୍ଗାଲୁରୁରୁ ୧୩ ତାରିଖରୁ ପ୍ରତିଦିନ ଅପରାହ୍ଣ ୧ଟା.୪୦ମି.ରେ ଛାଡି ଭୁବନେଶ୍ୱରରେ ପରଦିନ ରାତି ୯ଟା.୦୫ମି.ରେ ପହଞ୍ଚିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି -୩ ଟାୟାର, ୧୧ଟି ଦ୍ୱିତୀୟ ଶ୍ରେଣୀ ସ୍ଲିପର, ୪ଟି ସାଧାରଣ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ରହିଛି।