ଭୁବନେଶ୍ବର ରେଳ ଷ୍ଟେସନ: ଖୁବ୍‌ଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବର ରେଳ ଷ୍ଟେସନର ହେବ ନବକଳେବର । ଖୁବ୍‌ଶୀଘ୍ର ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ । ପ୍ଲାନିଂ, ଡିଜାଇନ ଶେଷ ହୋଇଥିବା ନେଇ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ” ଖୁବ୍‌ଶୀଘ୍ର ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ । ପ୍ଲାନିଂ, ଡିଜାଇନ ଶେଷ ହୋଇଛି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଆଜି ଏହାର ସମୀକ୍ଷା କରାଯାଇଛି । ଏବେ ଚାଲୁଥିବା ଷ୍ଟେସନକୁ ଖୁବଶୀଘ୍ର ରିଲୋକେଟ କରାଯିବ । ଫଳରେ ଖୁବଶୀଘ୍ର ଗ୍ରାଉଣ୍ଡରେ କାମ ଆରମ୍ଭ ହେବ । ଖୁବଶୀଘ୍ର ଭୂମି ପୂଜନ ହେବ । ଏହାର କିଛି ମାସ ମଧ୍ୟରେ ଭୁବନେଶ୍ବର ରେଳ ଷ୍ଟେସନ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ।”