Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବାହାନଗା ଟ୍ରେନ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୪୦ ଟପିଲା, ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ବାୟୁସେନା ଚୋପର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବାହାନଗା ଟ୍ରେନ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୪୦ ଟପିଲା, ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ବାୟୁସେନା ଚୋପର

ଭୁବନେଶ୍ବର: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଓଡ଼ିଶା ଇତିହାସରେ ଏହା ଏଯାବତ୍ ସବୁଠାରୁ ବଡ଼ ‌ରେଳ ଦୁର୍ଘଟଣା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୪୦ରେ ପହଞ୍ଚିଥିବା ବେଳେ ଏହା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଦୁଇଟି ଦ୍ରୁତଗାମୀ ଟ୍ରେନର ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ଓ ଏଥିରେ ଥିବା ପ୍ରାୟ ୧୦୦୦ରୁ ଅଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ଶୁକ୍ରବାର ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ଜଣାଇଛନ୍ତି। ଏସଆରସିଙ୍କ ସୂଚନା ଆଧାରରେ ସେ ଏହି ତଥ୍ୟ ଦେଇଛନ୍ତି। ତେବେ ସମସ୍ତ ବଗିକୁ ଉଠାଯାଇନାହିଁ। ବଗି ତଳେ ଏବେ ବି ଆହୁରି ଅନେକ ମୃତଦେହ ରହିଥିବା ଅନୁମାନ କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ସକାଳ ହେବାରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।ରାତିରେ ଲାଇଟରେ ଅପରେସନ୍ ଚାଲୁ ଥିବା ବେଳେ ବର୍ତ୍ତମାନ ସୂର୍ଯ୍ୟାଲୋକରେ ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ୩ଟି ଏନ୍‌ଡିଆରଏଫ୍‌, ୪ଟି ଓଡ୍ରାଫ୍‌, ୧୫ରୁ ଅଧିକ ଅଗ୍ନିଶମ ଦଳ, ୫୦ରୁ ଅଧିକ ଆମ୍ବୁଲାନ୍ସ ଉଦ୍ଧାରରେ ଲାଗିଛନ୍ତି। ଏହା ବ୍ୟତୀତ ବହୁ ସ୍ବେଚ୍ଚାସେବୀ ସଂଗଠନ ମଧ୍ୟ ସରକାରୀ କଳକୁ ସାହାଯ୍ୟ କରୁଛନ୍ତି। ଇତିମଧ୍ୟରେ ବାୟୁସେନାର ଚୋପର ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଘଟଣା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କିଏ ଦାୟୀ, କାହିଁକି ଦୁର୍ଘଣା ଘଟିଲା ଏ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସକାଳ ୮ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସୂଚନା ମିଳୁଛି। ଓଡ଼ିଶାରେ କେବେ ବି ଏଭଳି ଭୟାବହ ଦୁର୍ଘଟଣା ଘଟିନଥିଲା। ଏତେବଡ ଦୁର୍ଘଟଣାରେ ଏତେ ସଂଖ୍ୟକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାରୁ ରାଜ୍ୟରେ ଶନିବାର ଦିନ ଦିନିକିଆ ଶୋକ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରେନ ସାହାଯ୍ୟରେ ବଗିଗୁଡିକ ଉଠାଇବା କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ପ୍ରାୟ ୫୦୦ରୁ ଅଧିକ ଉଦ୍ଧାରକାରୀ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨୦୦ ଆମ୍ବୁଲାନ୍ସ ନିୟୋଜିତ ଥିବାବେଳେ ୧୦୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଉଦ୍ଧାରକାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୮ ଘଣ୍ଟାରୁ ଅଧିକ ଲାଗିଲାଣି। ଆହୁରି କେତେ ଘଣ୍ଟା ଲାଗିବ କହି ହେଉନାହିଁ।