ଭୁବନେଶ୍ବର,ଏନ୍ଏନ୍ଏସ୍: ଗୋଟିଏ ଦିନ ପରେ ବଦଳିଲା ନିଷ୍ପତ୍ତି । ସ୍କୁଲ ଯାଇପାରିବେ ଗଣମାଧ୍ୟମ ପ୍ରତିନିଧି । କଙ୍କଡାହାଡ଼ ବିଇଓଙ୍କ ପକ୍ଷରୁ ଚିଠି ପ୍ରତ୍ୟାହାର ପରେ ନିଆଯାଇଛି ଏହି ନିଷ୍ପତ୍ତି । ସାମ୍ବାଦିକମାନଙ୍କୁ ସ୍କୁଲକୁ ବାରଣ ନିଷ୍ପତ୍ତି ଆସିବା ପରେ ଏହାକୁ ଅନେକ ବିରୋଧ କରିଥିଲେ ।
ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ନୁହେଁ । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ । ସୂଚନା ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ୍-କମ-କଲେକ୍ଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାରେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗରେ କଙ୍କଡାହାଡ ବିଦ୍ୟାଳୟରେ ଗଣମାଧ୍ୟମକୁ ଅନଧିକୃତ ପ୍ରବେଶକୁ ଦର୍ଶାଇ ଗତକାଲି ଚିଠି ହୋଇଥିଲା । ତେବେ ଏହା ପୂର୍ବରୁ ଜାରି କରାଯାଇଥିବା ଚିଠିକୁ ପ୍ରତ୍ୟାହାର କରାଯାଇଛି ।
