ରିଲିଜ ହେଲା ‘ବ୍ୟାଡବୟ’ର ପୋଷ୍ଟର

ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସାନପୁଅ ନମାଶୀଙ୍କ ଫିଲ୍ମ ‘ବ୍ୟାଡବୟ’ର ପୋଷ୍ଟର ରିଲିଜ ହୋଇଛି। ପୋଷ୍ଟରରେ ନମାଶୀ ଓ ଆକ୍ଟ୍ରେସ ଅମରୀନ କୁରେସିଙ୍କ ଖୁବ ସୁନ୍ଦର ଫଟୋ ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟର ରିଲିଜ ହେବା ମାତ୍ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସଲମାନ ଖାନ। ନିଜ ଟୁଇଟର ହ୍ୟାଣ୍ଡଲରେ ସଲମାନ ‘ବ୍ୟାଡବୟ’ର ପୋଷ୍ଟର ସେୟାର କରିବା ସହ ନମାଶୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସଲମାନ କ୍ୟାପସନରେ ଲେଖିଛନ୍ତି – ‘ଫିଲ୍ମ ‘ବ୍ୟାଡବୟ’ ପାଇଁ ମୁଁ ତୁମକୁ ଅଲ ଦ ବେଷ୍ଟ କହିବାକୁ ଚାହୁଁଛି। ଫିଲ୍ମର ପୋଷ୍ଟର ସତରେ ଖୁବ ସୁନ୍ଦର।’ ଉଲ୍ଲେଖଯୋଗ୍ୟ, ‘ବ୍ୟାଡବୟ’ ଜରିଆରେ ଉଭୟ ନମାଶୀ ଓ ଅମରୀନ ଆକ୍ଟିଂ ଡେବ୍ୟୁ କରୁଛନ୍ତି। ‘ବ୍ୟାଡବୟ’ ଏକ ରୋମାଣ୍ଟିକ କମେଡି ଫିଲ୍ମ, ଯାହାର କାହାଣୀ ନମାଶୀ ଓ ଅମରୀନଙ୍କ ଚାରିପାଖରେ ଘୂରି ବୁଲୁଥିବା ଦର୍ଶକ ଦେଖିବେ।