ଟୋକିଓ ଅଲିମ୍ପିକ: ଓଡ଼ିଶା ଆଥଲେଟଙ୍କ ପାଇଁ ପୁରସ୍କାର ଘୋଷଣା

  • ଭୁବନେଶ୍ୱର: ରାଜ୍ୟର ଅଲିମ୍ପିକ ପ୍ରତିଯୋଗୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଲେ ୬ କୋଟି, ରୌପ୍ୟ ପଦକ ଜିତିଲେ ୪ କୋଟି ପୁରସ୍କାର ଦିଆଯିବ। ସେହିପରି ବ୍ରୋଞ୍ଚ ପଦକ ବିଜେତାଙ୍କ ପାଇଁ ୨.୫ କୋଟି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହାବ୍ୟତୀତ ରାଜ୍ୟରୁ ପ୍ରତିନିଧ୍ୱତ୍ୱ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।