Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏକ ହେଲା ବିରୋଧୀ ଓ ଶାସକ ଦଳର ସ୍ୱର: ୧୦୦ କୋଟି ଯଥେଷ୍ଟ ନୁହେଁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏକ ହେଲା ବିରୋଧୀ ଓ ଶାସକ ଦଳର ସ୍ୱର: ୧୦୦ କୋଟି ଯଥେଷ୍ଟ ନୁହେଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଜେଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ଅଧିକ ଅର୍ଥ ବ୍ୟୟବରାଦ ହେବାର ଆବଶ୍ୟକତା ରହିଛି। ଏନେଇ ଗୃହରେ ବିରୋଧୀ ବିଧାନସଭାରେ ଦାବି କରିଥିବା ବେଳେ ସରକାରୀ ଦଳର ସଦସ୍ୟମାନେ ମଧ୍ୟ ସରକାରଙ୍କୁ ନିକଟରେ ପ୍ରସ୍ତାବ ରଖିଛନ୍ତି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ବିନାଶ ପଥରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଥିଲା। ଆଲୋଚନାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଥିବା ବେଳେ ପଶ୍ଚିମ ଓଡ଼ିଶା ବାକଶ ପରିଷଦ ପାଇଁ ବଜୋଟରେ ୧୦୦ କୋଟିର ବ୍ୟୟ ବରାଦ ଯଥେଷ୍ଟ ନୁହେଁ ବୋଲି ସ୍ୱୀକାର କରିଛନ୍ତି।

ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ସମ୍ବନ୍ଧରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିକାଶ ପଥରେ ଏବଂ ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରଦର୍ଶନ ଅଭିଯୋଗ ସତ୍ୟ ନୁହେଁ। ପରିଷଦ ଅଞ୍ଚଳର ତ୍ୱରାନ୍ୱିତ ବିକାଶ ଓ ଉନ୍ନତି ସକାଶେ ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି। ପରିଷଦ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣ ଶିକ୍ଷାଗତ, ଆର୍ଥକ, ଶାରୀରିକ, ମାନସିକ ଓ ନୈତିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆବଶ୍ୟକୀୟ ପଦକ୍ଷେପ ନେଇଥାଏ।

ପଶ୍ଚିମ ଓଡ଼ିଶା ବିକାଶ ଗଠନ ହେବା ପରଠାରୁ ୧୫୬୨.୬୪ କୋଟି ଟଙ୍କାର ଅନୁଦାନ ସରକାର ଏଯାବତ୍ ଯୋଗାଇ ଦେଇଛନ୍ତିି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧିନିୟମ ୨୦୦୦ ଅନୁସାରେ ଓଡ଼ିଶା ସରକାର ପରିଷଦକୁ ବାର୍ଷିକ ୫୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଏତଦ୍ବ୍ୟତୀତ ୨୦୦୮-୦୯ ଆର୍ଥକ ବର୍ଷରୁ ସ୍ୱତନ୍ତ୍ର ଅନୁଦାନ ରୂପେ ୫୦.୦୦ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ରାଶି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୧୯୯୮-୯୯ ଆର୍ଥକ ବର୍ଷରୁ ଅଦ୍ୟାବଧି ସରକାରଙ୍କଠାରୁ ୧୫୬୨.୬୪ କୋଟି ଟଙ୍କାର ଅନୁଦାନ ପାଇଛି। ସେଥିମଧ୍ୟରୁ ୧୪୯୩.୬୦ କୋଟି ଟଙ୍କା ୩୪୭୦୧ ଗୋଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ ଯୋଗାଇ ଦିଆଯାଇଛି। ଅକ୍ଟୋବର, ୨୦୧୯ଶେଷ ସୁଦ୍ଧା ୧୩୯୩.୨୦ କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ୩୦୩୩୩ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ୩୧୬୯ ଗୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି ଓ ଅବଶିଷ୍ଟ ୧୧୯୯ େଗୋଟି ପ୍ରକଳ୍ପର କାର୍ଯ୍ୟାରମ୍ଭ ପାଇଁ ପ୍ରକ୍ରିୟା ଚାଲୁରହିଛି।

ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ତାରା ପ୍ରସାଦ ବାହିନୀପତି, ଦାଶରଥୀ ଗୋମାଙ୍ଗ କହିଥିଲେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଯେଉଁ ଲକ୍ଷ୍ୟ ରଖି ଗଠନ କରାଯାଇଥିଲା ତାହା ଏବେ ସାଧନ ହେଉନାହିଁ। ପଶ୍ଚିମ ଓଡ଼ିଶାରେ ରାଜ୍ୟର ଏକ ତୃତୀୟାଂଶ ଆୟତନରୋ ରହିଛି ଓ ରାଜ୍ୟର ଲୋକସଂଖ୍ୟାର ଏକ ଚତୁର୍ଥାଂଶ ଜନସଂଖା ଏହିଠାରେ ବସବାସ କରନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନିୟମ ଅନୁଯାୟୀ ପରିଚାଳିତ ହେଉନାହିଁ। ସରକାର ଏପର୍ଯ୍ୟନ୍ତ ଜଣେ ସ୍ଥାୟୀ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସ୍ଥାପିତ କରିପାରିନାହାନ୍ତି। ଏଥପାଇଁ ୨୦୦୮ ରୁ ଏବେ ଯାଏ ସରକାର ୧୦୦ କୋଟିର ବ୍ୟୟବରାଦ କରୁଛନ୍ତି। ଯାହା ଯଥେଷ୍ଟ ହେଉନାହିଁ। ଜନଅସନ୍ତୋଷ ବଢିଲାଣି। ଲୋକେ ସ୍ୱତନ୍ତ୍ର ରାଜ୍ୟ ଦାବି କରିବା ପାଇଁ ମନ ବଳେଇଲେଣି। ଯଦି ଏଭଳି ହୁଏ ଏଥିପାଇଁ ସରକାର ଦାୟି ରହିବେ ବୋଲି ଶ୍ରୀ ମିଶ୍ର କହିଥିଲେ।

ସେପଟେ ସରକାରୀ ଦଳର ସଦସ୍ୟ ରୋହିତ ପୁଜାରୀ, ସୁବ୍ରତ ତରାଇ, ପ୍ରମିଳା ମଲ୍ଲିକ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ଆଲୋଚନାରେ ଭାଗ ନେଇ ସରକାରଙ୍କ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପ୍ରସଂଶା କରିଥିଲେ। ଏହାସହ କହିଥିଲେ, ବିକାଶ ପରିଷଦ ପାଇଁ ପଶ୍ଚିମ ଓଡ଼ିଶାର ସର୍ବାଙ୍ଗିନ ବିକାଶ ସମ୍ଭଭ ହୋଇପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଛନ୍ତି ତାହା ଆଉ କେହି ମୁଖ୍ୟମନ୍ତ୍ରୀ କରିନଥିଲେ। ହେଲେ ପଶ୍ଚିମ ଓଡ଼ିଶାର ସ୍ୱାର୍ଥ ପାଇଁ ବଜେଟରେ ପ୍ରାବଧାନ ବଢ଼ିବା ଆବଶ୍ୟକ ବୋଲି ସରକାରୀ ଦଳର ବିଧାୟକମାନେ କହିଥିଲେ।