ମଙ୍କିପକ୍ସ ଟେଷ୍ଟିଂ ପାଇଁ ଓଡିଶାରେ ହେବ ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଶ୍ବରେ ମଙ୍କିପକ୍ସ ଆତଙ୍କ ବଢୁଥିବାବେଳେ ରାଜ୍ୟରେ ଆଗୁଆ ମୁକାବିଲା ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏ ନେଇ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡିଶାରେ ମଙ୍କିପକ୍ସ ଟେଷ୍ଟିଂ ନେଇ ବ୍ୟବସ୍ଥା ହେବ । ଏନେଇ ରାଜ୍ୟରେ ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ସରକାର । ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ଖୁବଶୀଘ୍ର ଏସ୍‌ଓପି ଜାରି କରିବେ । ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟବସ୍ଥା କରାଯିବ । ଶିଶୁରୋଗ, ଚର୍ମରୋଗ ସହ ୩ଟି ବିଭାଗର ଡାକ୍ତରଙ୍କୁ ଦିଆଯିବ ତାଲିମ ଦେବା ଲାଗି ବ୍ୟବସ୍ଥା କରାଯିବ ।

ସେପଟେ ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ଯାଇଛି ଡାକ୍ତରୀ ଟିମ । ଫୁଟା ପାଣି ବ୍ୟବହାର ସହ ମେଡିକାଲ ତୁରନ୍ତ ଆସିବାକୁ ପରାମର୍ଶ ଦିଆଯାଇଛି । ବସିଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।