ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ବିଭିନ୍ନ ହସ୍ପିଟାଲକୁ ଟାଟା ସନସ ଏବଂ ଟିସିଏସ( ଟାଟା କନସୁଲଟାନସି ସର୍ଭିସ) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି। ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ଟିସିଏସ ପକ୍ଷରୁ ଏହା ବିଭିନ୍ନ ସମୟରେ କରାଯାଉଥିବା ବେଳେ ଏହି ଅବସରରେ ଆପୋଲୋ ହସ୍ପିଟାଲକୁ ୪ଟି ପିବି-୫୬୦ ଭେଣ୍ଟିଲେଟର ପ୍ରଦାନ କରାଯାଉଛି। ଏହା ସହ ସ୍ପର୍ଷ ହସ୍ପିଟାଲକୁ ମଧ୍ୟ ୩ଟି ଫିଲିପ୍ସ ଭେଣ୍ଟିଲେଟର ପ୍ରଦାନ କରାଯାଇଛି। କୋଭିଡ-୧୯ ମହାମାରୀ ସମୟରେ ରୋଗୀଙ୍କ ପାଇଁ ଏଭଳି ଅସମୟରେ ସାମାନ୍ୟ ସହଯୋଗ ନିଶ୍ଚୟ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ କାର୍ଯ୍ୟରେ ଉପଯୋଗୀ ହୋଇପାରିବ ବୋଲି ଟିସିଏସ ପକ୍ଷରୁ କୁହାଯାଇଛି।
ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ସିଇଓ ସୁଧିର ଏମ୍ ଡିଗିକର ଏବଂ ସ୍ପର୍ଷ ହସ୍ପିଟାଲ ସିଇଓ ଚିନ୍ମୟ ମହାପାତ୍ର, ସିଏମଡି ପ୍ରିୟବ୍ରତ ଧୀର ଭେଣ୍ଟିଲେଟର ଗ୍ରହଣ କରିବା ସହିତ ଟିସିଏସର ଏଭଳି ଜନହିତକାରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଟିସିଏସ ଭୁବନେଶ୍ୱର ମାନବ ସମ୍ବଳ ବିଭାଗ ମୁଖ୍ୟ କେପି ତ୍ରିପାଠୀ, ପ୍ରଶାସନିକ ମୁଖ୍ୟ ସଞ୍ଜୀବ ମହାତୋ, ଏଚଆର ପ୍ରତାବ ଏକ୍କା, ବିମଳ କୁମାର ରାଉଳଙ୍କ ଉପସ୍ଥିତିରେ ଏହି ଭେଣ୍ଟିଲେଟର ପ୍ରଦାନ କରାଯାଇଥିଲା। ଏଭଳି ବିପଦ ସମୟରେ ଟିସିଏସ ପକ୍ଷରୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଛୋଟିଆ ସହଯୋଗ ମଧ୍ୟ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀଙ୍କ ଉପକାରରେ ଲାଗିବା ସହ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ସହାୟକ ହୋଇପାରିବ ବୋଲି ଟିସିଏସ ପକ୍ଷରୁ କୁହାଯାଇଛି।