ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ: ଟ୍ୱିଟ କରି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ଦିନକୁ ଦିନ ଆହୁରି ଘନେଇବାରେ ଲାଗିଛି। ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପରେ ଏବେ ପୁଣି ଏଏସଆଇ ଚିଠିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଆଜି ଟ୍ୱିଟ କରି ଅପରାଜିତା ଲେଖିଛନ୍ତି ଯେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ କାର୍ଯ୍ୟ ବନ୍ଦ ପାଇଁ ସ୍ପଷ୍ଟ ଭାବରେ ଏଏସଆଇ ପକ୍ଷରୁ ଚିଠି କରାଯାଇଛି। ମାତ୍ର ରାଜ୍ୟ ସରକାର ଏହାକୁ ଅମାନ୍ୟ କରି କାର୍ଯ୍ୟ ବନ୍ଦ କରୁନାହାନ୍ତି।

ଏହି ଭଳି ଭାବରେ ରାଜ୍ୟ ସରକାର ଏଏସଆଇ ବିନା ଅନୁମତିରେ ଶ୍ରୀମନ୍ଦିର ଐତିହ କରିଡର କାର୍ଯ୍ୟ ଆରମ୍ଭ କରିଛନ୍ତି ଯାହା ଶ୍ରୀମନ୍ଦିର ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହା ପୂର୍ବରୁ ମଧ୍ୟ ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହା ସହିତ ସଂସ୍କୃତି ବିଭାଗର ହସ୍ତକ୍ଷପ ଲୋଡିଥିଲେ।