୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥହେଲେ ଆଉ ୭୩୫୮ କରୋନା ସଂକ୍ରମିତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୭୩୫୮ ଜଣ କରୋନା ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୩୯୩୭୬ରେ ପହଞ୍ଚିଛି।

ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୦୩୮ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୭୨୩, ଅନୁଗୁଳରୁ ୪୮୨, ପୁରୀରୁ ୪୫୭, ଢେଙ୍କାନାଳରୁ ୩୯୦, ବରଗଡ଼ରୁ ୩୨୧, ସମ୍ବଲପୁରରୁ ୩୦୩, ନବରଙ୍ଗପୁରରୁ ୨୯୦, ନୟାଗଡ଼ରୁ ୨୭୯, ମୟୂରଭଞ୍ଜରୁ ୨୬୨, କେନ୍ଦୁଝରରୁ ୨୪୯, ଭଦ୍ରକରୁ ୨୪୬, ଯାଜପୁରରୁ ୨୪୦, ଜଗତସିଂହପୁରରୁ ୨୧୨, କୋରାପୁଟରୁ ୨୧୧, ସୁନ୍ଦରଗଡ଼ରୁ ୧୮୧, ରାୟଗଡ଼ାରୁ ୧୫୬, ସୋନପୁରରୁ ୧୫୪, କଳାହାଣ୍ଡିରୁ ୧୪୭, ଗଞ୍ଜାମରୁ ୧୩୨, କେନ୍ଦ୍ରାପଡ଼ାରୁ ୧୧୪, ମାଲକାନଗିରିରୁ ୯୯, ଝାରସୁଗୁଡାରୁ ୮୬, କନ୍ଧମାଳରୁ ୮୩, ବାଲେଶ୍ୱରରୁ ୭୧, ଦେବଗଡ଼ରୁ ୬୨, ଗଜପତିରୁ ୬୦, ନୂଆପଡ଼ାରୁ ୫୦, ବୌଦ୍ଧରୁ ୨୪ ଏବଂ ଷ୍ଟେଟପୁଲରୁ ୧୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।