୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୬୧୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୧୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୧୬୪୦୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୯୫୪ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୫୧୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କଟକରୁ ୪୮୫, ବାଲଙ୍ଗିରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡାରୁ ୨୬୩, ଅନୁଗୁଳରୁ ୨୪୩, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫, ନବରଙ୍ଗପୁରରୁ ୨୦୦, ନୂଆପଡ଼ାରୁ ୧୯୫, ଗଞ୍ଜାମରୁ ୧୬୮, ମୟୁରଭଞ୍ଜରୁ ୧୪୯, ବାଲେଶ୍ୱରରୁ ୧୩୭, ସୋନପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୩, ଯାଜପୁରରୁ ୧୧୨, ନୟାଗଡ଼ରୁ ୧୦୩, ଭଦ୍ରକରୁ ୮୭, ଜଗତସିଂହପୁରରୁ ୮୫, ରାୟଗଡ଼ାରୁ ୭୮, ଦେବଗଡ଼ରୁ ୭୪, କେନ୍ଦୁଝରରୁ ୭୪, ଗଜପତିରୁ ୬୪, କୋରାପୁଟରୁ ୫୨, ବୌଦ୍ଧରୁ ୨୮, କନ୍ଧମାଳରୁ ୪୦, ଢେଙ୍କାନାଳରୁ ୨୦ ଏବଂ ଷ୍ଟେଟପୁଲରୁ ୨୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।