ରାଜ୍ୟରେ ସୁସ୍ଥହେଲେ ଆଉ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୪୫୭୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୫, ବରଗଡରୁ ୪, ଦେବଗଡରୁ ୪, କଟକରୁ ୩, ଝାରସୁଗୁଡାରୁ ୩, ଖୋର୍ଦ୍ଧାରୁ ୩, ମୟୁରଭଞ୍ଜରୁ ୩, ନୂଆପଡାରୁ ୩, ବାଲେଶ୍ୱରରୁ ୨, ଅନୁଗୁଳରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧, ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି।