ସୁସ୍ଥହେଲେ ଆଉ ୪୫୯ କରୋନା ଆକ୍ରାନ୍ତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୪୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪୦୦୬୨ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୯ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୨ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୪୩ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୩୮, ବରଗଡ଼ରୁ ୩୨, ଝାରସୁଗୁଡାରୁ ୨୯, ଅନୁଗୁଳରୁ ୨୪, କଟକରୁ ୨୨, ବାଲେଶ୍ୱରରୁ ୧୬, ସମ୍ବଲପୁରରୁ ୧୬, ବଲାଙ୍ଗିରରୁ ୧୫, ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୧୦, ପୁରୀରୁ ୯, ରାୟଗଡ଼ାରୁ ୯, ଯାଜପୁରରୁ ୮, ଭଦ୍ରକରୁ ୫, ଦେବଗଡ଼ରୁ ୫, ଗଜପତିରୁ ୫, ନବରଙ୍ଗପୁରରୁ ୫, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, କୋରାପୁଟରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟପୁଲରୁ ୧୫ ଜଣ ସୁସ୍ଥ ହୋଇଛନ୍ତି।