ରାଜ୍ୟରେ ଆଜି ସୁସ୍ଥ ହେଲେ ୩୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୯୦୬୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡରୁ ୫୭ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୨୭, ବଲାଙ୍ଗିରରୁ ୨୩, ମୟୂରଭଞ୍ଜରୁ ୨୩, କଟକରୁ ୧୮, ନୂଆପଡାରୁ ୧୮, ବାଲଶ୍ୱରରୁ ୧୬, ଜଗତସିଂହପୁରରୁ ୧୫, କେନ୍ଦୁଝରରୁ ୧୫, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକରୁ ୯, ଗଞ୍ଜାମରୁ ୯, ସମ୍ବଲପୁରରୁ ୮, କଳାହାଣ୍ଡିରୁ ୭, କେନ୍ଦ୍ରାପଡାରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡାରୁ ୪, ନୟାଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୨, ଗଜପତିରୁ ୨, ରାୟଗଡାରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି।