ରାଜ୍ୟରେ ଆଜି ୩୨୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାର ରାଜ୍ୟରୁ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ୨୪ ହଜାର ୩୯୨କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୪, ସୁନ୍ଦରଗଡ଼ରୁ ୩୧, ବାଲେଶ୍ୱରରୁ ୨୬, ସମ୍ବଲପୁରରୁ ୨୫, ମୟୂରଭଞ୍ଜରୁ ୨୨, ପୁରୀରୁ ୨୨, ଅନୁଗୋଳରୁ ୨୦, ବରଗଡ଼ରୁ ୧୭, କଟକରୁ ୧୭, ନୂଆପଡାରୁ ୧୧, ଯାଜପୁରରୁ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡାରୁ ୧୦, ଗଞ୍ଜାମରୁ ୮, ଭଦ୍ରକରୁ ୭, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୭, ଝାରସୁଗୁଡ଼ାରୁ ୭, କେନ୍ଦୁଝରରୁ ୭, କଳାହାଣ୍ଡିରୁ ୫, ନବରଙ୍ଗପୁରରୁ ୪, ବୌଦ୍ଧରୁ ୩, ଢେଙ୍କାନାଳରୁ ୩, ନୟାଗଡ଼ରୁ ୩, ଗଜପତିରୁ ୨, ମାଲକାନଗିରି, ରାୟଗଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୧୩ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।