ରାଜ୍ୟରେ ସୁସ୍ଥହେଲେ ୩୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୫୭୩୩କୁ ବୃଦ୍ଧି ପାଇଛି।

ଆଜି ସୁନ୍ଦରଗଡରୁ ୫୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୪୧, ନୂଆପଡାରୁ ୨୭, ଖୋର୍ଦ୍ଧାରୁ ୨୦, ସମ୍ବଲପୁରରୁ ୧୯, ମୟୂରଭଞ୍ଜରୁ ୧୮, କଟକରୁ ୧୫, ପୁରୀରୁ ୧୫, ବଲାଙ୍ଗିରରୁ ୧୪, କେନ୍ଦ୍ରାପଡାରୁ ୧୩, ବାଲେଶ୍ୱରରୁ ୧୧, ଯାଜପୁରରୁ ୯, ବରଗଡରୁ ୭, କେନ୍ଦୁଝରରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୨, ନୟାଗଡରୁ ୨, ଦେବଗଡରୁ ୧, ଗଜପତିରୁ ୧, କୋରାପୁଟରୁ ୧, ନବରଙ୍ଗପୁରରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।