ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୋଟ ୨୧ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଆଜି ସୁଦ୍ଧା ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

ମୃତକ ୩ ଜଣଙ୍କ ମଧ୍ୟରେ ଜଣେ ଗଞ୍ଜାମର ୭୫ ବର୍ଷୀୟ ବୃଦ୍ଧ। ଏହାସହ ସେ ଉଚ୍ଚ ରକ୍ତ ଚାପ ଓ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ। ସେହିପରି କଟକର ଜଣେ ୬୫ ବର୍ଷୀୟ ବୃଦ୍ଧ ଓ ଭୁବନେଶ୍ୱରର ୭୩ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି। ସେମାନେ ମଧ୍ୟ ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ।

ସୂଚନା ଅନୁସାରେ ଆଜି ରାଜ୍ୟରେ ୨୬୪ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଥିଲା।